ପ୍ରତି ୫ଟି ସାମଗ୍ରୀରେ ଗୋଟିଏ ନକଲି ସାମଗ୍ରୀ ବିକ୍ରି କରୁଛନ୍ତି ଇ-କମର୍ସ କମ୍ପାନି : ସର୍ଭେ

102

ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜାଣିବାକୁ ମିଳିଛି ଯେ ଇ-କମର୍ସ ଦ୍ୱାରା ବିକ୍ରି ହେଉଥିବା ୫ଟି ସାମଗ୍ରୀ ମଧ୍ୟରୁ ଗୋଟିଏ ନକଲି । ବିଶେଷ କରି ସୌନ୍ଦର୍ଯ୍ୟ ପ୍ରସାଧାନ ଓ ସୁଗନ୍ଧ ସାମଗ୍ରୀ ଏହାର ଅନ୍ତର୍ଭୁକ୍ତ ବୋଲି ଜାଣିବାକୁ ମିଳିଛି । ଏହି ସର୍ବେକ୍ଷଣର ରିପୋର୍ଟ ଗଣମାଧ୍ୟମ ସଂସ୍ଥା ‘ଟାଇମ୍ସ ଅଫ୍‌ ଇଣ୍ଡିଆ’କୁ ଦିଆଯିବା ପରେ ଏହା ଲୋକଲୋଚନକୁ ଆସିଛି । ଏପରିକି ‘ଆମାଜୋନ ଇଣ୍ଡିଆ’ରେ ନକଲି ସାମଗ୍ରୀ  ବିକ୍ରି ହେଉଛି ବୋଲି ଏକ ଖବର ବି ପ୍ରକାଶ ପାଇଥିଲା ।

ଗତ ଛଅ ମାସ ମଧ୍ୟରେ ୨୦ ପ୍ରତିଶତ ଲୋକ ସ୍ୱୀକାର କରିଛନ୍ତି ଯେ ସେମାନେ ଅନେକ ସମୟରେ ଇ-କମର୍ସ କମ୍ପାନିଗୁଡ଼ିକଠାରୁ ନକଲି ସାମଗ୍ରୀ ଗ୍ରହଣ କରିଛନ୍ତି । ଆହୁରି କିଛି ଗ୍ରାହକ ମତ ରଖିଛନ୍ତି ଯେ ସାମଗ୍ରୀ ଗ୍ରହଣ କରୁଛନ୍ତି ସତ କେଉଁଟି ଅସଲି ଓ କେଉଁଟି ନକଲି ତାହା ସେମାନେ ଜାଣିପାରୁ ନାହାନ୍ତି ।

IMAGE COURTESY-http://www.sociallyguru.com
ଏକ ପ୍ରଶ୍ନ ଉଠିଥିଲା ଯେ କେଉଁ ଇ-କମର୍ସ କମ୍ପାନି ସର୍ବାଧିକ ନକଲି ସାମଗ୍ରୀ ବିକ୍ରି କରୁଛି ? ଏହି ପ୍ରଶ୍ନର ଉତ୍ତରରେ ୩୭ ପ୍ରତିଶତ ଲୋକ କହିଥିଲେ ସ୍ନାପ୍‌ଡିଲ୍‌, ୨୨ ପ୍ରତିଶତ ଲୋକ ମତ ରଖିଥିଲେ ଫ୍ଲିପ୍‌କାର୍ଟ, ୨୧ ପ୍ରତିଶତ ଲୋକ ପେଟିଏମ୍‌ ମଲ୍‌ କହିଥିବା ବେଳେ ଆମାଜୋନ୍‌ ବିପକ୍ଷରେ କହିଥିଲେ ୨୦ ପ୍ରତିଶତ ଲୋକ । ବିଶେଷ କରି ଆଲିବାବା ଓ ଆମାଜନ୍‌ ପରି ବ୍ରାଣ୍ଡ୍‌ଙ୍କ ଉପରେ ଗତ କିଛି ଦିନ ଭିତରେ ନକଲି ଉତ୍ପାଦ ବିକ୍ରି କରୁଥିବା ଅଭିଯୋଗ ରହଛି ।