ବ୍ରହ୍ମପୁର: ଫାଷ୍ଟଗେଟ୍ ଛକରେ ଏକ ଚା’ ଦୋକାନ ଉପରକୁ ବୋମାମାଡ଼ ସହ ଦୋକାନୀ ମାଲିକଙ୍କୁ ହତ୍ୟା କଲେ ଦୁର୍ବୁତ୍ତ

62

କନକ ବ୍ୟୁରୋ: ବ୍ରହ୍ମପୁର ଫାଷ୍ଟଗେଟ୍ ଅଂଚଳରେ ଥିବା ଚା’ ଦୋକାନ ଉପରକୁ ବୋମାମାଡ଼ କରି ଦୋକାନ ମାଲିକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୁତ୍ତ । ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଉପେନ୍ଦ୍ର ବେହେରାଙ୍କ ଚା’ ଦୋକାନ ଉପରେ ବୋମାମାଡ଼ କରିଥିଲେ । ଏହା ପରେ ତାଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ । ଏଥିରେ ଉପେନ୍ଦ୍ରଙ୍କ ମୃତ୍ୟୁ ହୋଇଛି ।

ଉପେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ବୃତ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରିଛି । ତେବେ ପୂର୍ବ ଶତ୍ରୁତାରୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ଜଣାପଡିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –