୫ ବର୍ଷରେ ମିଳିବ ୧ କୋଟି ଲୋକଙ୍କୁ ଚାକିରୀ ! ଜାଣନ୍ତୁ କେଉଁ ସେକ୍ଟରରେ ମିଳିବ ଏଭଳି ସୁଯୋଗ

26

ନୋଟବନ୍ଦୀ ପରେ ନିଯୁକ୍ତି କ୍ଷେତ୍ରରେ ଦେଖାଦେଇଥିବା ମରୁଡିର ଏବେ ଅନ୍ତ ଘଟିବ । ଟେଲିକମ୍ ସେକ୍ଟରରେ ଆଗାମୀ ୫ବର୍ଷ ଭିତରେ ୧ କୋଟିରୁ ଅଧିକ ଚାକିରୀ ପ୍ରସ୍ତୁତ ହେବାକୁ ଯାଉଛି । ଏବେ ପାଖାପାଖି ୪୦ଲକ୍ଷ ଲୋକ ଏହି ସେକ୍ଟରରେ କାମ କରୁଛନ୍ତି । ଏହି ସଂଖ୍ୟା ଆସନ୍ତା ୫ବର୍ଷ ମଧ୍ୟରେ ପାଖାପାଖି ୧.୪୩ କୋଟି ପର୍ଯ୍ୟନ୍ତ ପହଞ୍ଚିବ ।

ଟେଲିକମ୍ ସେକ୍ଟର ସଂସ୍ଥା ଟେଲିକମ୍ ସେକ୍ଟର ସ୍କିଲ କାଉନସିଲ୍ ( ଟିଏସଏସସି ) ଏକ ରିପୋର୍ଟ ଜାରି କରିଛି । ରିପୋର୍ଟ ଅନୁଯାୟୀ, ଆସନ୍ତା ୫ବର୍ଷରେ ଟେଲିକମ୍ ସେକ୍ଟରରେ ୧କୋଟିରୁ ଅଧିକ ଚାକିରୀ ମିଳି ପାରିବ । ଟିଏସଏସସିର ସିଇଓ ଏସପି କୋଚରଙ୍କ ଅନୁସାରେ, ଟେଲିକମ୍ ସେକ୍ଟରରେ ଏବେ ପାଖାପାଖି ୪୦ଲକ୍ଷ ଲୋକ କାମ କରୁଛନ୍ତି । ଏବଂ ଏହି ସଂଖ୍ୟା ଆଗାମୀ ୫ବର୍ଷ ମଧ୍ୟରେ ୧.୪୩ କୋଟି ପର୍ଯ୍ୟନ୍ତ ପହଞ୍ଚିବ ।

ସେ କହିଛନ୍ତି ଯେ, ଗତ ୨ ବର୍ଷ ମଧ୍ୟରେ ନିଆଯାଇଥିବା କିଛି ନିଷ୍ପତ୍ତି କାରଣରୁ ୪୦ ହଜାର ଲୋକଙ୍କର ଚାକିରୀ ଚାଲିଯାଇଥିଲା । ଅନୁମାନ କରାଯାଉଛି ଯେ, ଏହିପରି ଛଟନି ଆଗକୁ ମଧ୍ୟ ଜାରି ରହିପାରେ । ଏଥିରୁ ଏହି ସଂଖ୍ୟା ବଢି ୮୦-୯୦ ହଜାର ପର୍ଯ୍ୟନ୍ତ ପହଞ୍ଚିପାରେ ।

ଟିଏସଏସସି ସିଇଓ ଏସପି କୋଚର କହିଛନ୍ତି ଯେ, ଆଗାମୀ ଦିନରେ ଯେଉଁ ବର୍ଗରୁ ଦାବି ଆସିବ, ଏଥିରେ ଏମର୍ଜିଙ୍ଗ ଟେକ୍ନୋଲୋଜି ଯଥା, ମେସିନ ଟୁ ମେସିନ କମ୍ୟୁନିକେସନ, ଟେଲିକମ ମାନୁଫ୍ୟାକଚରିଂ, ଇନଫ୍ରା ଆଣ୍ଡ ସର୍ଭିସେସ ଇତ୍ୟାଦି । ଆଗାମୀ ଦିନରେ ଦେଶରେ ମାନୁଫ୍ୟାକଚରିଂ ଗତିବିଧି ବଢିବାର ସମ୍ଭାବନା ରହିଛି । ଆଉ ଏହାର ଫାଇଦା ସିଧାସଳଖ ଟେଲିକମ୍ ସେକ୍ଟରକୁ ମିଳିବ । କୋଚର କହିଛନ୍ତି, ନିଯୁକ୍ତି ସୃଷ୍ଟି କରିବାରେ ଟେଲିକମ୍ ସେକ୍ଟରର ଅଧିକ କ୍ଷମତା ରହିଛି ।

ନିକଟରେ ସରକାର ଟେଲିକମ୍ ସେକ୍ଟର ପାଇଁ ଏକ ରିଲିଫ୍ ପ୍ୟାକେଜ ଜାରି କରିଛନ୍ତି । ଏଥିରେ ଟେଲିକମ୍ ସେକ୍ଟରରେ ଆସୁଥିବା ଚାପ କମ ହୋଇଛି । ଟେଲିକମ୍ ସେକ୍ଟରରେ ରିଲାଏନ୍ସ ଜିଓର ପ୍ରବେଶ ପରେ ଡାଟା ବାର୍ ଆରମ୍ଭ ହୋଇଯାଇଛି । କମ୍ପାନୀଗୁଡିକ ପ୍ରତିଯୋଗିତାରେ ରହିବା ପାଇଁ ଡାଟାର ମୂଲ୍ୟ କମ କରିଦେଇଛନ୍ତି । ଆଉ ଏଥି ପାଇଁ ସେମାନଙ୍କୁ କ୍ଷତିର ସାମ୍ନା କରିବାକୁ ପଡୁଛି ।
ଏହି ସମୟରେ ଯେତେବେଳେ ଟେଲିକମ୍ ସେକ୍ଟର ଚାପରୁ ବାହାରିବା ପାଇଁ ଚେଷ୍ଟା କରୁଛି ସେତେବେଳେ ଟିଏସଏସସି ର ଏହି ରିପୋର୍ଟ ଟେଲିକମ୍ ସେକ୍ଟର ସହ ସାଧାରଣ ଲୋକଙ୍କ ପାଇଁ ବଡ ଆଶ୍ୱସ୍ତି ହୋଇ ଆସିଛି ।