ଭାରତୀୟ ସେନାରେ ହେବ ବଡ ପରିବର୍ତ୍ତନ : ଦେଢ଼ ଲକ୍ଷ ଚାକିରୀ ଉପରେ ରହିଛି ବିପଦ

ସୈନ୍ୟ ଓ ଅଫିସର ସଂଖ୍ୟା କମାଇବ ଭାରତୀୟ ସେନା, ଟେକନଲୋଜିର ଅଧିକ ବ୍ୟବହାର ହେବ ।

308

ପୂର୍ବରୁ ଯେଉଁ ଦେଶରେ ସୈନ୍ୟ ସଂଖ୍ୟା ଯେତେ ଅଧିକ ସେ ଅଧିକ ଶକ୍ତିଶାଳୀ ଥିଲା । ପୂର୍ବରୁ ଭାରତ ନିଜର ସୈନ୍ୟଶକ୍ତି ବଳରେ ପାକିସ୍ତାନକୁ ବାରମ୍ବାର ଯୁଦ୍ଧରେ ହରାଇଛି । କିନ୍ତୁ ଭବିଷ୍ୟତର ଯୁଦ୍ଧ କ୍ଷେତ୍ରରେ ସୈନ୍ୟବଳର ଗୁରୁତ୍ୱ କମିବ ଓ ଟେକନଲୋଜିର ଗୁରୁତ୍ୱ ଓ ବ୍ୟବହାର ବଢିବ । ଭବିଷ୍ୟତରେ ଚୀନ ପରି ଶକ୍ତିଶାଳୀ ଦେଶ ସହ ଯୁଦ୍ଧ କରିବାକୁ ପଡିପାରେ । ଏପରି ଯୁଦ୍ଧ ହେଲେ ତାହା ହେବ ଏକ ହାଇଟେକ ଯୁଦ୍ଧ । ଏହାକୁ ଦୃଷ୍ଟିରେ ରଖି ଭାରତ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଭବିଷ୍ୟତରେ ଭାରତୀୟ ସେନା ଟେକନଲୋଜିର ଅଧିକ ପ୍ରୟୋଗ କରିବ ଓ ସୈନ୍ୟମାନଙ୍କ ସଂଖ୍ୟା କମାଇବ । ଭାରତୀୟ ସେନାରେ ଏବେ ପ୍ରାୟ ୧୩.୫ ଲକ୍ଷ ଯବାନ ଥିବାବେଳେ ସେଥିରୁ ପ୍ରାୟ ୧ ଲକ୍ଷ ପର୍ଯ୍ୟନ୍ତ କମାଯିବ । ସେହିପରି ମିଲିଟାରୀ ଅଫିସର ସଂଖ୍ୟା ମଧ୍ୟ ୪୫୦୦ ପର୍ଯ୍ୟନ୍ତ କମାଇଦିଆଯିବ । ପୂର୍ବରୁ ୨୦୧୪ରେ ଚୀନ ମଧ୍ୟ ନିଜର ସୈନ୍ୟ ସଂଖ୍ୟା ପ୍ରାୟ ୩ ଲକ୍ଷ ପର୍ଯ୍ୟନ୍ତ ହ୍ରାସ କରିଥିଲା ।

ଭାରତୀୟ ସେନାରେ ମୋଟ ୪୯,୯୩୩ଟି ଅଫିସର ପଦବୀ ରହିଛି । କିନ୍ତୁ ସେଥିରୁ ପ୍ରାୟ ୭୫୦୦ଟି ପଦବୀ ଖାଲି ପଡିଛି । ଅର୍ଥାତ ସେନାରେ ଏବେ ୪୨୪୬୫ ଜଣ ଅଫିସର ଅଛନ୍ତି । ସେନା ପ୍ରାୟ ୪୫୦୦ ପଦବୀକୁ ଉଚ୍ଛେଦ କରି ମୋଟ ଅଫିସର ପଦବୀ ସଂଖ୍ୟା ୪୫୦୦୦ ରେ ସୀମିତ ରଖିବ ।