ବର୍ଷ ୨୦୧୪ରୁ ଏପର୍ଯ୍ୟନ୍ତ ୮୪ଟି ବିଦେଶୀ ରାଷ୍ଟ୍ରକୁ ଗସ୍ତ କରିଛନ୍ତି ପିଏମ୍ ମୋଦି, ଜାଣନ୍ତୁ କେତେ ହୋଇଛି ଖର୍ଚ୍ଚ

ଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୮୪ଟି ଦେଶର ଯାତ୍ରା ସମୟରେ ୧,୪୮୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

543

ବିଦେଶ ମାମଲାରେ ରାଜ୍ୟମନ୍ତ୍ରୀ ବିକେ ସିଂହ ରାଜ୍ୟସଭାରେ କହିଛନ୍ତି କି, ଜୁନ୍ ୨୦୧୪ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୮୪ଟି ଦେଶର ଯାତ୍ରା ସମୟରେ ଚାଟାର୍ଡ ଯାତ୍ରା, ବିମାନର ରକ୍ଷଣାବେକ୍ଷଣ ଓ ହଟଲାଇନ୍ ସୁବିଧାରେ ୧,୪୮୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବିକେ ସିଂହ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି । ଆକଳନ ଅନୁସାରେ, ୧୫ ଜୁନ୍, ୨୦୧୪ ଓ ୧୦ ଜୁନ୍, ୨୦୧୮ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିମାନ ରକ୍ଷଣାବେକ୍ଷଣ ଉପରେ ୧୦୮୮.୪୨ କୋଟି ଟଙ୍କା ଓ ଚାଟାର୍ଡ ଉଡାଣରେ ୩୮୭.୨୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ହଟଲାଇନରେ ମୋଟ୍ ବ୍ୟୟ ୯.୧୨ କୋଟି ଟଙ୍କା ହୋଇଛି । ନରେନ୍ଦ୍ର ମୋଦି ମେ ୨୦୧୪ରେ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପରେ ସେ ୪୨ ବିଦେଶ ଯାତ୍ରାରେ ମୋଟ୍ ୮୪ଟି ଦେଶର ଯାତ୍ରା କରିଛନ୍ତି । ସିଂହ ଦ୍ୱାରା ପ୍ରଦାନ କରାଯାଇଥିବା ବିବରଣୀରେ ୨୦୧୭-୧୮ ଓ ୨୦୧୮-୧୯ରେ ତାଙ୍କ ଯାତ୍ରା ସମୟରେ ହଟଲାଇନ୍ ସୁବିଧା ଉପରେ ହୋଇଥିବା ଖର୍ଚ୍ଚ ସାମିଲ ହୋଇନି । ବର୍ଷ ୨୦୧୮-୨୦୧୯ରେ ଯାତ୍ରା ପାଇଁ ଚାଟାର୍ଡ ଯାତ୍ରା ବି ସାମିଲ ଅଛି ।

ବିକେ ସିଂହଙ୍କ ଅନୁସାରେ, ପ୍ରଧାନମନ୍ତ୍ରୀ ୨୦୧୫-୧୬ରେ ସର୍ବାଧିକ ୨୪ ଟି ଦେଶ ଗସ୍ତ କରିଛନ୍ତି । ଏବଂ ବର୍ଷ ୨୦୧୭-୧୮ରେ ୧୯ ତଥା ୨୦୧୬-୧୭ରେ ୧୮ଟି ଦେଶ ଗସ୍ତ କରିଛନ୍ତି । ବର୍ଷ ୨୦୧୪-୧୫ରେ, ପିଏମ୍ ମୋଦି ୧୩ଟି ଦେଶ ଗସ୍ତ କରିଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ ଭାବେ ଜୁନ୍ ୨୦୧୪ରେ ସେ ପ୍ରଥମ ଗସ୍ତ ଭୁଟାନକୁ କରିଥିଲେ । ବର୍ଷ ୨୦୧୮ରେ ସେ ୧୦ଟି ଦେଶ ଗସ୍ତ କରିଥିଲେ । ଯେଉଁଥିରେ ତାଙ୍କର ଶେଷ ଗସ୍ତ ଗତ ମାସରେ ଚୀନକୁ ଥିଲା । ବର୍ଷ ୨୦୧୪-୧୫ରେ ବିଦେଶ ଯାତ୍ରାରେ ଚାଟାର୍ଡ ଯାତ୍ରାର ଖର୍ଚ୍ଚ ୯୩.୭୬ କୋଟି ଟଙ୍କା ଥିଲା । ଯେବେକି ବର୍ଷ ୨୦୧୫-୧୬ରେ ଏହି ଖର୍ଚ୍ଚ ୧୧୭ କୋଟି ଟଙ୍କା ଥିଲା । ସେ କହିଲେ କି, ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରାର ଉଦ୍ଦେଶ୍ୟ ବ୍ୟାପାର, ନିବେଶ, ଉଦ୍ୟୋଗ, ବିକାଶର ଭାଗିଦାରୀ ସହିତ ବିଭିନ୍ନ କ୍ଷେତ୍ରରେ ଏହି ଦେଶ ସହିତ ପରସ୍ପର ସମ୍ବନ୍ଧ ବଢ଼ାଇବାର ଅଛି । ଏହି ଯାତ୍ରାରେ ଏହି ସମୟରେ ରାଜନୈତିକ ପହଂଚରେ ଲାଭ ମିଳିଛି ।