କାଶୀରେ ୩୦ ପ୍ରତିଶତ ଲୋକ ପାଣି ପାଉନାହାନ୍ତି, କିନ୍ତୁ ମୋଦିଙ୍କ ରୋଡ ସୋ’ରେ ବ୍ୟବହାର ହେଲା ୧.୪ ଲକ୍ଷ ଲିଟର ପାଣି । ଲୋକେ ଜଣାଇଲେ ଅସନ୍ତୋଷ
୨୦୧୯ ଲୋକସଭା ନିର୍ବାଚନ ପାଇଁ ଏବେ ସବୁ ଦଳ ନିଜର ପ୍ରଚାର ପ୍ରସାରରେ ଲାଗି ପଡ଼ିଛନ୍ତି । ଏ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବାରଣାସୀ ଯାଇ ରୋଡ୍ ସୋ’ କରିଥିବା ଦେଖା ଯାଇଥିଲା । ଗୁରୁବାର ଏକ ବିଶାଳ ରୋଡ୍ ସୋ’ କରି ମୋଦୀ ନିଜ ସମର୍ଥକଙ୍କୁ ଭେଟିବା ସହ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଦୁଇ ଦିନିଆ ବାରଣାସୀ ଗସ୍ତରେ ଯିବା ସହ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମଗୁଡ଼ିକ ସୂଚାର ରୂପେ ହୋଇଥିବା ସୂଚନା ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଏହି ଶୋଭାଯାତ୍ରାର ଆୟୋଜନ ପାଇଁ ୧.୪ଲକ୍ଷ ଲିଟର ପାଣିର ବ୍ୟବହାର କରାଯିବା ଖବରକୁ ନେଇ ଏବେ ବିବାଦ ଆରମ୍ଭ ହୋଇ ଯାଇଛି । କାଶୀରେ ୩୦ପ୍ରତିଶତ ଲୋକଙ୍କୁ ପାଣି ସଂଯୋଗ ମିଳି ପାରୁ ନଥିବା ବେଳେ ଏତେ ସଂଖ୍ୟାକ ପାଣିକୁ ନଷ୍ଟ କରାଯାଇଥିବାର ଜାଣି ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଜଣେ ଅଧିକାରୀ ଦେଇଥିବା ସୂଚନା ମୁତାବିକ, ଆମକୁ ସଡ଼କ ସଫା କରିବାକୁ ଆଦେଶ ଦିଆ ଯାଇଥିଲା । ଏହା ପରେ ବାରଣାସୀ ନଗର ନିଗମ ପରିଷଦ ୪୦ଟି ଟ୍ରକ୍ ସହ ୪୦୦ମଜୁରିଆଙ୍କୁ ସଡ଼କ ସଫା କରିବାରେ ଲଗାଇ ଦେଇଥିଲା । ଯେଉଁଥିରେ ୧.୪ଲକ୍ଷ ଲିଟର ପାଣିର ବ୍ୟବହାର କରାଯାଇଥିଲା । ବାରଣାସୀ ଏକ ଅନ୍ତରାଷ୍ଟ୍ରୀୟ ପର୍ୟ୍ୟଟନ ସ୍ଥଳ ହୋଇଥିଲେ ମଧ୍ୟ ଏଠାରେ କେବଳ ମାତ୍ର ୭୦ପ୍ରତିଶତ ଲୋକ ପାଣିର ସୁବିଧା ପାଇ ପାରୁଛନ୍ତି, ବାକି ୩୦ ପ୍ରତିଶତଙ୍କୁ ପାଣି ମିଳି ପାରୁ ନାହିଁ ।