ଦେଶର ଅଧା ଏଟିଏମରେ ପଡିବ ତାଲା, ଦେଖା ଦେଇପାରେ ନଗଦ ଟଙ୍କା ସଙ୍କଟ! ଜାଣନ୍ତୁ କେଉଁ କାରଣରୁ ସୃଷ୍ଟି ହେବ ଏଭଳି ସ୍ଥିତି

484

ବନ୍ଦ ହୋଇଯିବ ଦେଶର ଅଧା ଏଟିଏମ । ଆଗାମୀ ବର୍ଷ ମାର୍ଚ୍ଚ ସୁଦ୍ଧା ଦେଶର ୫୦ ପ୍ରତିଶତ ଏଟିଏମ ବନ୍ଦ ହେବାକୁ ଯାଉଛି । ଯଦି ଏଭଳି ହୁଏ ତେବେ ପୁଣିଥରେ ନଗଦ ଟଙ୍କାକୁ ନେଇ ସମସ୍ୟା ଦେଖାଦେବ । ଏହାଛଡା ଏଟିଏମ ବାହାରେ ଲୋକମାନଙ୍କୁ ଲମ୍ବା ଲାଇନରେ ଛିଡା ହେବାକୁ ପଡିବ । The Confederation of ATM Industry (CATMi) ।ଏନେଇ ବୁଧବାର ଚେତାଇ ଦେଇଛି । ମାର୍ଚ୍ଚ ୨୦୧୯ ସୁଦ୍ଧା ୧ ଲକ୍ଷ ୧୩ ହଜାରରୁ ଅଧିକ ଏଟିଏମ ବନ୍ଦ କରିବାକୁ ପଡିପାରେ ବୋଲି ଏହି କ୍ୟାଟମୀ ପକ୍ଷରୁ ସୂଚନା ଦିଆଯାଇଛି ।

(CATMi) ପକ୍ଷରୁ ଚେତାବନୀ ଦିଆଯାଇ କୁହାଯାଇଛି ଯେ, ଏଟିଏମର ହାର୍ଡୱେୟାର ଓ ସଫ୍ଟୱେୟାରର ଅପଗ୍ରେଡ, ନଗଦ ଟଙ୍କା ପରିଚାଳନା ଏବଂ ଏଟିଏମ ମେସିନରେ ଟଙ୍କା ଭର୍ତ୍ତି କରିବା ବ୍ୟବସ୍ଥାରେ ବଡ ପରିବର୍ତ୍ତନ ପାଇଁ ନିଷ୍ପତି ହୋଇଛି । ଯେଉଁଥିପାଇଁ ଅର୍ଦ୍ଧାଧିକ ଏଟିଏମ ବନ୍ଦ ହେବାକୁ ଯାଉଛି ।

(CATMi)ର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଭାରତରେ ଏବେ ପାଖାପାଖି ୨ୁଇ ଲକ୍ଷ ୩୮ ହଜାର ଏଟିଏମ କାର୍ଯ୍ୟ କରୁଛି । ଯେଉଁଥିରୁ ଏକ ଲକ୍ଷ ଏଟିଏମ ଅଫ୍ ସାଇଟ୍ ଓ ୧୫ ହଜାରରୁ ଅଧିକ ହ୍ୱାଇଟ ଲେବଲ ଏଟିଏମ ବନ୍ଦ ହେବାକୁ ଯାଉଛି । ଏତେ ସଂଖ୍ୟାରେ ଏଟିଏମ ବନ୍ଦ ହେବା ଯୋଗୁଁ ଏହି ବେରୋଜଗାରୀଙ୍କ ସଂଖ୍ୟା ବୃଦ୍ଧି ପାଇବ । ନୋଟବନ୍ଦୀ କାରଣରୁ ଏଟିଏମ ସେବା ପ୍ରଦାନ କରୁଥିବା କମ୍ପାନି ଗୁଡିକ ପୂର୍ବରୁ ଆର୍ଥିକ କ୍ଷତିରେ ଚଳୁଛନ୍ତି । ଯଦି ବ୍ୟାଙ୍କଗୁଡିକ ପକ୍ଷରୁ କୌଣସି ସାହାର୍ଯ୍ୟ କରାନଯାଏ ତେବେ ଏଟିଏମ ସେବା ପ୍ରଦାନ କରିବା ଖର୍ଚ୍ଚ ବୃଦ୍ଧି ପାଇବ । ଆଉ ଏଭଳି ସ୍ଥିତିରେ ଏଟିଏମକୁ ବନ୍ଦ କରିବାକୁ ପଡିବ ।

(CATMi)  ମୁତାବିକ, କେବଳ ନୂଆ ଟଙ୍କା ପରିବହନ ଓ କ୍ୟାସେଟ ସ୍ୱାପ ପ୍ରକିୟା ପାଇଁ ୩୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ସଂସ୍ଥାର କହିବା ଅନୁଯାୟୀ, ହ୍ୱାଇଟ ଲେବଲ ଏଟିଏମ ଅପରେଟର ପୂର୍ବରୁ ହିଁ କ୍ଷତିରେ ଚାଲୁଛନ୍ତି । ଆଗକୁ ଅଧିକ କ୍ଷତିରେ ସଂସ୍ଥା ଏଟିଏମ ସେବା ପ୍ରଦାନ କରିପାରିବ ନାହିଁ । ଯଦି ଖର୍ଚ୍ଚ ହେବାକୁ ଥିବା ଟଙ୍କା ବ୍ୟାଙ୍କ ପକ୍ଷରୁ ଭରଣା ନ କରାଯାଏ ତେବେ ଅଧିକାଂଶ ଚୁକ୍ତି ଭଙ୍ଗ ହେବ ଏବଂ ଏଟିଏମରେ ତାଲା ପଡିବ ।