ଆଜି ବି ସୁରକ୍ଷିତ ରହିଛି ସ୍ୱାଧୀନତା ସଂଗ୍ରାମୀ ବୀର ଭଗତ୍ ସିଂହଙ୍କ ଘର ଏବଂ ଆସବାବପତ୍ର ! ଜାଣନ୍ତୁ କେଉଁଠି ରହିଛି ତାଙ୍କ ଘର ।

598

ଭାରତ ସ୍ୱାଧିନତା ଇତିହାସର କଥା ଯେତେବେଳେ ଆସେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ କଥା ମନେପଡେ । ଦେଶ ସ୍ୱାଧୀନ ପାଇଁ ଇଂରେଜଙ୍କ ସହ ଲଢୁଥିବା ବେଳେ ୧୯୩୧ ମାର୍ଚ୍ଚ ୨୩ ତାରିଖରେ ରାଜଗୁରୁ ଏବଂ ଶୁଖଦେବଙ୍କ ସହ ଭଗତ୍ ସିଂହଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ଏହି ଘଟଣାକୁ ୮୭ ବର୍ଷ ହୋଇଯାଇଥିଲେ ହେଁ ଭଗତ୍ ସିଂହଙ୍କ ନାଁ ଯେତେବେଳେ ଆମେ ଶୁଣିଥାଉ ସ୍ୱାଧିନତାର ଚିହ୍ନ ଆମ ଆଖି ଆଗରେ ନାଚି ଉଠେ । ତାଙ୍କ ଘର ଯେଉଁଠାରେ ସେ ଜନ୍ମଗ୍ରହଣ କରିଥିଲେ ଏବଂ ଯେଉଁଠାରେ ସେ ନିଜର ବାଲ୍ୟକାଳର ସମୟ ବିତାଇଥିଲେ । ଏହି ଘର ଏବେ ପାକିସ୍ତାନରେ ରହିଛି ।

୨୮ ସେପ୍ଟେମ୍ବର ୧୯୦୭ ଫେସଲାବାଦ ଜିଲ୍ଲା ଜରାଂବାଲା ତହସିଲ୍ ସ୍ଥିତ ବଂଗା ଗାଁରେ ତାଙ୍କ ଜନ୍ମ । ପୂର୍ବଜ ମହାରାଣା ରଣଜିତ୍ ସିଂହ ସେନାରେ କାର୍ଯ୍ୟରତ ଥିଲେ । ବାପା ଏବଂ ଦାଦା ମିଶି ଗଦ୍ଦର ନାମକ ଏକ ପାର୍ଟିରେ ଥିଲେ । ଏହି ପାର୍ଟି ବ୍ରିଟିଶ୍ ବିରୁଦ୍ଧରେ କ୍ରାନ୍ତିକାରୀ ଆନ୍ଦୋଳନ ଚଲାଉଥିଲେ । ଏଥିପାଇଁ ପିଲାବେଳୁ ହିଁ ଭଗତ୍ ସିଂହଙ୍କ ମଧ୍ୟରେ ବ୍ରିଟିଶ୍ ଙ୍କ ପ୍ରତି ଆନ୍ଦୋଳନର ବହ୍ନି ଜଳି ଉଠିଥିଲା । ସେ ରିପବ୍ଲିକାନ୍ ଆସୋସିଏସନ୍ ର ସଦସ୍ୟ ହେଲେ । ଯେଉଁଥିରେ ଚନ୍ଦ୍ରଶେଖର ଆଜାଦ୍ ,ରାମପ୍ରସାଦ ବିସମିଲ୍ , ଶୁଖଦେବ ଭଳି ମହାନ କ୍ରାନ୍ତିକାରୀ ଥିଲେ । ସ୍ୱାଧୀନ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସେ ହସି ହସି ଫାଶୀଖୁଣ୍ଟରେ ମଧ୍ୟ ଝୁଲିଗଲେ ।

ସହିଦ୍ ଭଗତ୍ ସିଂହଙ୍କ ଘର ପାକିସ୍ତାନରେ ରହିଛି । ୪ ବର୍ଷ ପୂର୍ବେ ଏହି ସ୍ଥାନକୁ ହେରିଟେଜ୍ ସାଇଟ୍ ଭାବରେ ଘୋଷଣା କରାଯାଇଛି । ଏହାକୁ କିଛି ଦିନ ସଂରକ୍ଷଣ କରିବାପରେ ୨ ବର୍ଷ ପୂର୍ବେ ଏହାକୁ ପବ୍ଲିକ୍ ପାଇଁ ଖୋଲି ଦିଆଗଲା । ଦେଶ ବିଭାଜନ ସମୟରେ ଏହି ଘର ପାକିସ୍ତାନକୁ ଚାଲି ଯାଇଥିଲା । ଏହି ଘରେ ଭଗତ୍ ସିଂହଙ୍କ ମା’ଙ୍କ କିଛି ସାମଗ୍ରୀ ରହିଥିବା ବେଳେ ଏକ କାଠ ଟ୍ର୍ରଙ୍କ୍ ଏବଂ ଲୁହାର ଆଲମାରୀ ମଧ୍ୟ ସାମିଲ ହୋଇ ରହିଛି । ବର୍ତ୍ତମାନ ଏହି ସାମଗ୍ରୀ ଆଡମିନିଷ୍ଟ୍ରେସନ୍  ପାଖରେ ରହିଛି । ପ୍ରତିବର୍ଷ ମାର୍ଚ୍ଚ ୨୩ ତାରିଖଟିକୁ ତାଙ୍କ ସ୍ମରଣରେ ଭଗତ ସିଂହ ମେଳା ଅର୍ଗନାଇଜ୍ କରାଯାଏ ।