ଷଷ୍ଠ ଶ୍ରେଣୀରେ ପଢୁଥିବା ୧୨ ବର୍ଷର ଝିଅକୁ ଦାଦା ଏବଂ ତିନି ଭାଇ ମିଶି କଲେ ଗଣଦୁଷ୍କର୍ମ ! ହତ୍ୟା କରି ବିଲରେ ଫୋପାଡିଲେ କଟାମୁଣ୍ଡ ।

3,344

ମଧ୍ୟପ୍ରଦେଶ ପୋଲିସ୍ ଗୋଟିଏ ଘରର ତିନିଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ଉପରେ ହତ୍ୟା ଏବଂ ଗଣଦୁଷ୍କର୍ମର ଅଭିଯୋଗ ଲାଗିଛି । ୧୨ ବର୍ଷର ଝିଅକୁ ଭାଇ ଏବଂ ଦାଦା ମିଶି ପ୍ରଥମେ ଗଣଦୁଷ୍କର୍ମ ପରେ ତଣ୍ଟି କାଟି ହତ୍ୟା କରିଥିବାର ଅଭିଯୋଗ ଆସିଛି । ଏହି ମାମଲାରେ ପୀଡିତାଙ୍କ ଖୁଡିଙ୍କୁ ମଧ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି । ଏକ ରିପୋର୍ଟ ମୁତାବକ, ଏହି ମାମଲା ମଧ୍ୟପ୍ରଦେଶ ସାଗର ଜିଲ୍ଲାର । ଦଳିତ ଝିଅର ଦୁଇ ଭାଇ,ଦାଦା ଏବଂ ଖୁଡିଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଫେରାର୍ ଅଛି । ପୋଲିସ୍ ମୁତାବକ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳିକ ।

ପୀଡିତା ଷଷ୍ଠ ଶ୍ରେଣୀର ଛାତ୍ରୀ ଥିଲେ ଏବଂ ମାର୍ଚ୍ଚ ୧୩ ତାରିଖରେ ସେ ନିଖୋଜ ଥିବା କଥା ଜଣାପଡିଥିଲା । ଏହାର କିଛି ଦିନ ପରେ ବରଖେଡି ଗାଁର ଏକ ଜମିରେ ପୀଡିତାର କଟାମୁଣ୍ଡ ମିଳିଥିଲା । ପୋଲିସ୍ ପ୍ରଥମେ ଅଭିଯୁକ୍ତଙ୍କ ଧରାଇଲେ ୧୦ ହଜାର ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ ପରେ ଏହି ରାଶିକୁ ବଢାଇ ୨୫ ହଜାର କରାଯାଇଥିଲା । ଏସପି ଅମିତ୍ ସଂଘିଙ୍କ କହିବାନୁସାରେ ଘରର ସବୁ ପୁରୁଷ ଝିଅଟିକୁ ଗଣଦୁଷ୍କର୍ମ କରିଥିଲେ । ଝିଅଟି ଯେତେବେଳେ ଏନେଇ ପୋଲିସ୍ କୁ ଜଣାଇବ କହିଥିଲା ସେତେବେଳେ ତାକୁ ମାରି ଦିଆଗଲା । ପୋଲିସ୍ ମୁତାବକ ପୀଡିତାଙ୍କ ଖୁଡିକୁ ଏନେଇ ଜ୍ଞାତ ଥିଲେ ମଧ୍ୟ ସେ ପୋଲିସକୁ ଏନେଇ କିଛି କହିନଥିଲେ । ଜଣେ ପଡୋଶୀଙ୍କ ଉପରେ ସେ ଦୋଷ ଦେଲେ କିନ୍ତୁ ସେ ନିର୍ଦ୍ଦୋଷ ବୋଲି ପରେ ଜଣାପଡିଥିଲା । ଏହାପରେ ସତ କଥା ସାମ୍ନାକୁ ଆସିଥିଲା ।