ଆତ୍ମହତ୍ୟା ପୂର୍ବରୁ ସ୍ୱୟଂ ସହ କିଛି ଏଭଳି କାଣ୍ଡ କରିଥାନ୍ତି ଯୁବପିଢୀ ! ସମୟ ଥାଉ ଥାଉ ଚିହ୍ନନ୍ତୁ ନଚେତ୍ …

55

ଚିକିତ୍ସା କ୍ଷେତ୍ରରେ ଯୁବପିଢୀଙ୍କ ବିଷାଦଗ୍ରସ୍ଥତା ସ୍ଥିତିକୁ ନନ୍-ସୁସାଇଡ୍ ସେଲ୍ଫ ହାର୍ମ ରୂପରେ ବର୍ଣ୍ଣନା କରାଯାଇଛି । ଏହା ଏକ ଏଭଳି ସ୍ଥିତି ଯେଉଁଥିରେ ଯୁବାବର୍ଗ ସ୍ୱୟଂକୁ ହିଁ ଦଣ୍ଡ ଦେଇଥାନ୍ତି । ସେମାନେ ଆତ୍ମହତ୍ୟା ତ କରିନଥାନ୍ତି କିନ୍ତୁ ନିଜ ଅବସାଦକୁ କମ୍ କରିବା ପାଇଁ ନିଜକୁ ହିଁ କଷ୍ଟ ଦେଇଥାନ୍ତି । କିଛି ଯୁବକ ଯୁବତୀ ନିଜ ଅବସାଦକୁ କମ୍ କରିବା ପାଇଁ ଶରୀରକୁ କଷ୍ଟ ଦେବାରେ ପଛଘୁଞ୍ଚା ଦିଅନ୍ତି ନାହିଁ । କେହି କେହି ବ୍ଲେଡ୍ ସାହାର୍ଯ୍ୟରେ ହାତ ମଧ୍ୟ କାଟିଦିଅନ୍ତି । ମନୋବୈଜ୍ଞାନିକ ସୋନାଲୀ ଗୁପ୍ତାଙ୍କ କହିବାନୁସାରେ ବିଷାଦକୁ ଦୂର କରିବା ପାଇଁ ଯୁବପିଢୀ ଚାକୁ, ବ୍ଲେଡ୍ ଏବଂ କମ୍ପାସ ସାହାର୍ଯ୍ୟରେ ନିଜକୁ ଆଘାତ ଦେଇଥାନ୍ତି ।

ଏହା ହୋଇପାରେ ସଙ୍କେତ :

1. ଯେତେବେଳେ କେଉଁ ଯୁବକ/ଯୁବତୀ ନିଜକୁ ଆଘାତ ଦେବାକୁ ଚେଷ୍ଟା କରିଥାନ୍ତି । ସେତେବେଳେ ତାଭ୍କୁ କିପରି ଚିହ୍ନଟ କରିବେ ।

2. ଯେତେବେଳେ ହାତରେ କାଟିବା ଭଳି ଦାଗ ଦେଖାଯିବ । ସେତେବେଳେ ଗୋଟିଏ ସ୍ଥାନରେ କଟା ଚିହ୍ନ ହିଁ ଦେଖାଯିବ । ଏହା ଦୂର୍ଘଟଣାରେ ଲାଗିଥିବା ଚିହ୍ନ ପରି ନ ଦେଖାଯିବା ।

3. ଆଘାତ କିମ୍ବା ଆଘାତ ଚିହ୍ନ ଘୋଡାଇବାକୁ ଚେଷ୍ଟା କରିବାକୁ ଯାଇ ଉକ୍ତ ବ୍ୟକ୍ତି ଫୁଲ୍ କପଡା ପିନ୍ଧିଥିବ ଏବଂ ବ୍ୟବହାରରେ ପରିବର୍ତ୍ତନ ଦେଖାଯିବା ।

4. ପକେଟରେ ବ୍ଲେଡ୍ ,ପକେଟ୍ ଚାକୁ କିମ୍ବା ଆଘାତ ପହଞ୍ଚାଉଥିବା ଅନ୍ୟ ସାମଗ୍ରୀ ମିଳିବା ।

ସୋସିଆଲ୍ ମିଡିଆ ମଧ୍ୟ ଏଥିପାଇଁ ଦାୟୀ ଅଟେ :

ଗରମ ଦିନରେ ବି ସମ୍ପୁର୍ଣ୍ଣ ଶରୀର ଘୋଡାଇଲା ଭଳି ପୋଷାକ ପିନ୍ଧିବା । ଯେଉଁଥିରେ ହାତ ଏବଂ ହାତର କଚି ଘୋଡାଇବା ପାଇଁ ପିନ୍ଧାଯାଏ । ସ୍କୁଲରେ ଅନ୍ୟ କପଡା ପିନ୍ଧିବାକୁ ମନା କରିବା । ଯେଭଳି : ସନ୍ତରଣ ପୋଷାକ ।

କିଛି ସମୟ ପୂର୍ବରୁ ହିଁ ଏସବୁ ପ୍ରକ୍ରିୟା ଚାଲିଆସିଛି ଏବଂ କିଛି ସମୟରୁ ଯୁବବର୍ଗ ମଧ୍ୟ ନିଜ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ନିୟମିତ ଆସିଥାନ୍ତି । ସେମାନଙ୍କ କହିବାନୁସାରେ ଏହା ସବୁବେଳେ ଆତ୍ମହତ୍ୟା କରିବା ଭଳି ଏକ ଘଟଣା । ଏହି ସ୍ଥିତି ଅଧିକାଂଶ ଯୁବତୀ ମାନଙ୍କ ମଧ୍ୟରେ ଦେଖାଯାଏ । ମା’ବାପାଙ୍କ ପାଇଁ ମଧ୍ୟ ଏହା ବୁଝିବା ବହୁ କଷ୍ଟକର ହୋଇପଡେ । ତେବେ ଆଜିକାଲିର ଯୁବାପିଢୀଙ୍କ ପାଇଁ ନିଜ ବିଷାଦକୁ ଦୂର କରିବାର ଏକ ମାଧ୍ୟମ ପାଲଟିଛି ସୋସିଆଲ୍ ମିଡିଆ । ନିଜ ବିଷାଦକୁ ସେମାନେ ସୋସିଆଲ୍ ମିଡିଆରେ ଅପଡେଟ୍ କରିଥାନ୍ତି । ଅନ୍ୟ ଜଣେ ଡାକ୍ତରଙ୍କ କହିବାନୁସାରେ ନିଜକୁ ନିଜେ ଯୁବପିଢୀ “ମୁଁ ଭଲ ନୁହେଁ “ ଆଚରଣରେ ଘୋଡାଇ ଦେଇଛନ୍ତି । ତେଣୁ ନିଜକୁ ପରଫେକ୍ଟ କରିବା ପାଇଁ ସେମାନେ ନିଜ ଭି୍ତରୁ ହିଁ ଦୁର୍ବଳତା ବାହାର କରିଥାନ୍ତି । ଯାହାଦ୍ୱାରା ବିଷାଦ କମିବା ବଦଳରେ ବଢିଯାଏ ଏବଂ କଥା ଆତ୍ମହତ୍ୟାରେ ଯାଇ ପହଞ୍ଚେ ।