ପାଟଣାଗଡ, ୨୩ ଫେବୃୟାରୀ ୨୦୧୮ ର କିଏ କିଏ ଷ୍ଟାରକାଷ୍ଟ ଜାଣନ୍ତୁ ! ଖୁବଶୀଘ୍ର ଆରମ୍ଭ ହେବ ସୁଟିଂ କାମ । 

39

ବହୁ ଚର୍ଚ୍ଚିତ ପାଟଣାଗଡ଼ ବୋମା ବିସ୍ଫୋରଣ ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା । ଇତିହାସରେ ପ୍ରଥମ ଥର ଘଟିଥିବା ଏହି ଘଟଣାର ହୃଦୟ ବିଦାରକ ଚିତ୍ରପଟ ସାରା ଦେଶକୁ ବ୍ୟାପିଥିଲା । ଅନ୍ଧାରରେ ବାଡ଼ି ବୁଲାଇବା ପରେ ସାମ୍ନାକୁ ଆସିଥିଲା ବାସ୍ତବ ଘଟଣା । ତେବେ ଏହି ସତ୍ୟ କାହାଣୀ ଉପରେ ବୁଲେଟ ରାଜା ନାମକ ଏକ ଓଡ଼ିଆ ଫିଲ୍ମ ରିଲିଜ ହେବ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଫିଲ୍ମର ନାମ ପରିବର୍ତ୍ତନ କରାଯାଇ ପାଟଣାଗଡ଼,୨୩ ଫେବୃୟାରୀ ଓଡ଼ିଶା ୨୦୧୮ ବୋଲି ରଖାଯାଇଛି ।

ଫିଲ୍ମର ନାମ ପରିବର୍ତ୍ତନ କରିବାର କାରଣ ହେଉଛି ଫିଲ୍ମକୁ କେବଳ ଓଡ଼ିଆ ନୁହେଁ ବରଂ ଅନ୍ୟ କେତୋଟି ଭାଷାରେ ମଧ୍ୟ ରିଲିଜ କରାଯିବ । ତେବେ ଫିଲ୍ମର ସବୁଠାରୁ ବଡ଼ ଆକର୍ଷଣ ହେଉଛନ୍ତି ଅତୁଲ କୁଲକର୍ଣ୍ଣି ଯିଏକି ପ୍ରଥମେ ପୁଞ୍ଜିଲାଲ୍ ଭୂମିକାରେ ନଜର ଆସିଥାନ୍ତେ କିନ୍ତୁ ବର୍ତ୍ତମାନ ତାଙ୍କୁ କ୍ରାଇମବ୍ରାଂଚ ଇନ୍ସପେକ୍ଟରଙ୍କ ଚରିତ୍ରରେ ଅଭିନୟ କରିବେ ବୋଲି ସୁଚନା ମିଳୁଛି । ତେବେ ଏହି ବିଷୟରେ ଆମେ ପୂର୍ବରୁ ଆପଣଙ୍କୁ ସୂଚନା ଦେଇଥିଲୁ ।

ଖବର ଅନୁସାରେ ଓଡ଼ିଶାର ଷ୍ଟାରକାଷ୍ଟ ମନୋଜ ମିଶ୍ରଙ୍କ ସହିତ ଅନ୍ୟ କଳାକାରମାନେ ଅତୁଲ କୁଲକର୍ଣ୍ଣିଙ୍କୁ ମୁମ୍ବାଇରେ ଭେଟିଥିଲେ । ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ମିଳିଛି ।