ଖାତାରେ ରଖନ୍ତୁ ଏତିକି ମିନିମମ ବାଲାନ୍ସ ! ଯାହାଦ୍ୱାରା ଆପଣଙ୍କୁ ଆଉ ବ୍ୟାଙ୍କକୁ ଦେବାକୁ ପଡବନି ଜରିମାନା

68

ଯଦି ଆପଣ କୌଣସି ବ୍ୟାଙ୍କରେ ସେଭିଂ ଆକାଉଂଟ ଖୋଲିଛନ୍ତି ତେବେ ଆପଣଙ୍କୁ ଜ୍ଞାନ ଥିବା ଦରକାର କି ବ୍ୟାଙ୍କ ଆପଣଙ୍କ ଖାତାରେ ନିର୍ଧାରିତ ମିନିମମ ଆକାଉଂଟ ନହେବା ଉପରେ ଆପଣଙ୍କଠାରୁ କେତେ ମାତ୍ରାରେ ଜରିମାନା ଆଦାୟ କରୁଛନ୍ତି । ଆଉ ଏହି ତାଲିକାରେ ଏସବିଆଇ, ଏଚଡିଏଫସି, ଆଇସିଆଇସିଆଇ ଭଳି ବ୍ୟାଙ୍କ ମଧ୍ୟ ସାମିଲ ରହିଛି । ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ କି ଗତବର୍ଷ ଏପ୍ରିଲରୁ ନଭେମ୍ବର ମଧ୍ୟରେ ଏସବିଆଇ ନିଜ ଗ୍ରାହକଙ୍କଠାରୁ ମିନିମମ ବାଲାନ୍ସ ମେଂଟେନ କରିବା ଉପରେ ପାଖାପାଖି ୧୭୭୧ କୋଟି ଟଙ୍କା ଆଦାୟ କରିଛି । ଏଥିପାଇଁ ଆପଣଙ୍କୁ ଜାଣିବା ବହୁତ ଜରୁରୀ କି , ଆପଣଙ୍କୁ ଆପଣଙ୍କ ଖାତାରେ ମିନିମମ ବାଲାନ୍ସ କେତେ ରଖିବା ଦରକାର । ଆଜି ଆମେ ଆପଣଙ୍କୁ ଜଣାଇବୁ କି, ଆପଣ ଆପଣଙ୍କ ଖାତାରେ ଅତି କମରେ କେତେ ଟଙ୍କା ରଖିବେ , ଯାହାଦ୍ୱାରା ଆପଣଙ୍କୁ ଆଉ ଜରିମାନା ଦେବାକୁ ଯେପରି ନପଡେ ।

ଏସବିଆଇ : 

ଏସବିଆଇ ଉଭୟ ସହର ଏବଂ ଗ୍ରାମାଂଚଳ ଏବଂ ଅର୍ଦ୍ଦସହରୀ ଶାଖାଗୁଡିକ ପାଇଁ ମିନିମମ ବାଲାନ୍ସ ନିର୍ଧାରିତ କରିଛି ।

ମେଟ୍ରୋ ସହର – ୩୦୦୦ଟଙ୍କା, ଯଦି ଏହି ରାଶିଠାରୁ କମ ଟଙ୍କା ଆପଣଙ୍କ ଖାତାରେ ରହିଛି ତେବେ ଏଥିପାଇଁ ଆପଣଙ୍କୁ ୧୦ରୁ ୧୫ ଟଙ୍କାର ଜରିମାନା ଏବଂ ଜିଏସଟି ମଧ୍ୟ ଲାଗିବ ।

ଅର୍ଧସହରୀ –୨୦୦୦ଟଙ୍କା, ଯଦି ଏହି ରାଶିରୁ କମ ରହିଛି ତେବେ ୭.୫ ରୁ ୧୨ ଟଙ୍କା ପର‌୍ୟ୍ୟନ୍ତ ଫାଇନ ଏବଂ ଜିଏସଟି ଲାଗିବ ।

ଗ୍ରାମୀଣ ଅଂଚଳ ପାଇଁ – ୧୦୦୦ଟଙ୍କା, ଯଦି ଏହି ରାଶିଠାରୁ କମ୍ ଟଙ୍କା ଆପଣଙ୍କ ଖାତାରେ ରହିଛି, ତେବେ ଏଥିପାଇଁ ଆପଣ ୫ରୁ ୧୦ ଟଙ୍କା ପର‌୍ୟ୍ୟନ୍ତ ଫାଇନ ଦେବାକୁ ପଡିବ । ଏଥିସହିତ ହିଁ ଜିଏସଟି ମଧ୍ୟ ଲାଗିବ ।

ଆଇସିଆଇସିଆଇସି : 

ଆଇସିଆଇସିଆଇ ଉଭୟ ସହରୀ ଏବଂ ଗ୍ରାମାଂଚଳ ଏବଂ ଅର୍ଧସହରୀ ଶାଖାଗୁଡିକ ପାଇଁ ଏହି ମିନିମମ ବାଲାନ୍ସ ନିର୍ଧାରିତ କରାଯାଇଛି ।

ମେଟ୍ରୋ ଓ ସହରାଂଚଳ ପାଇଁ – ୧୦,୦୦୦ଟଙ୍କା

ଅର୍ଧସହରୀ ପାଇଁ – ୫୦୦୦ଟଙ୍କା

ଗ୍ରାମାଂଚଳ ପାଇଁ –୨୦୦୦ଟଙ୍କା

ମିନିମମ ବାଲାନ୍ସ ଚାର୍ଜେସ୍ : 

ଆଇସିଆଇସିଆଇ ବ୍ୟାଙ୍କର ମିନିମମ ବାଲାନ୍ସ ନରଖିବା ଉପରେ ୧୦୦ ଟଙ୍କା ଏବଂ ମିନିମମ ବାଲାନ୍ସକୁ କଭର କରିବାରେ ଯେତେ ଟଙ୍କା କମି ଯାଇଛି , ତାର ୫ ପ୍ରତିଶତ ଯୋଡା ଯାଇ ଜରିମାନା ରାଶି ଦେବାକୁ ହେବ । ଜରିମାନା ରାଶିର ଏହି ନିୟମ ଗ୍ରାମୀଣ ବ୍ୟାଙ୍କକୁ ଛାଡି ଆଇସିଆଇସିଆଇର ସମସ୍ତ ପ୍ରକାର ଶାଖାଗୁଡିକ ପାଇଁ ସମାନ ଭଳି ରହିଛି ।

 

ଏଚିଡିଏଫସି ବ୍ୟାଙ୍କ : 

ମେଟ୍ରୋ ଓ ସହରୀ କ୍ଷେତ୍ରରେ – ୧୦,୦୦୦ ଟଙ୍କା

ଅର୍ଧସହରୀ କ୍ଷେତ୍ରରେ – ୫୦୦୦ ଟଙ୍କା

ଗ୍ରାମୀଣ କ୍ଷେତ୍ରରେ – ୨୫୦୦ଟଙ୍କା

ମିନିମମ ବାଲାନ୍ସ ଚାର୍ଜେସ

ଏଚଡିଏଫସି ନିୟମ ଅନୁସାରେ, ଉଭୟ ମେଟ୍ରୋ ଏବଂ ସହରାଂଚଳରେ ଯେଉଁ ବ୍ୟକ୍ତିଙ୍କ ଖାତାରେ ସାଢେ ୭ ହଜାରରୁ ୧୦ ହଜାର ମଧ୍ୟରେ ବାଲାନ୍ସ ରହିଛି । ତାଙ୍କୁ ୧୫୦ ଟଙ୍କା ଏବଂ ଟ୍ୟାକ୍ସ ଯୋଡା ଯାଇ ଜରିମାନା ଦେବାକୁ ପଡିଥାଏ । ସେହିପରି ଯେଉଂ ବ୍ୟକ୍ତିଙ୍କ ଖାତାରେ ୫ ହଜାରରୁ ସାଢେ ୭ ହଜାର ପର‌୍ୟ୍ୟନ୍ତ ଟଙ୍କା ରହିଥିବ ତାଙ୍କୁ ୩୦୦ ଟଙ୍କା ଟ୍ୟାକ୍ସ ସହ ମିଶାଇ ଜରିମାନା ଦେବାକୁ ପଡିବ ।

ଏହାବ୍ୟତୀତ ଅର୍ଧସହରୀ କ୍ଷେତ୍ର ପାଇଁ ମିନିମମ ବାଲାନ୍ସକୁ ଆଧାର କରି ୧୫୦ରୁ ୩୦୦ ଟଙ୍କା ସହ ଟ୍ୟାକ୍ସ ଦେବାକୁ ପଡିବ । ସେହିପରି ଗ୍ରାମାଂଚଳରେ ଯଦି କୌଣସି ବ୍ୟକ୍ତିର ଖାତାରେ ୧୦୦୦ରୁ ୨୫୦୦ ପର‌୍ୟ୍ୟନ୍ତ ଟଙ୍କା ରହିଛି । ତେବେ ତାଙ୍କୁ ୨୭୦ଟଙ୍କା ସହ ଟ୍ୟାକ୍ସ ଦେବାକୁ ହେବ । ଯଦି ଏହି ରାଶି ୧୦୦୦ ଟଙ୍କାରୁ କମ ରହିଛି ତେବେ ତାଙ୍କୁ ୪୫୦ ଟଙ୍କା ଏବଂ ଟ୍ୟାକ୍ସ ଦେବାକୁ ହେବ ।