ଭୁବନେଶ୍ୱର ବିମାନ ବନ୍ଦରରୁ ବିଦେଶୀ ସିଗାରେଟ ଜବତ: ୧୨ ଲକ୍ଷ ଟଙ୍କାର ୪୦୦ ପ୍ୟାକେଟ ସିଗାରେଟ କୁଆଲାଲମପୁରରୁ ଚାଲାଣ ହେଉଥିଲା କୋଲକତା

୨ ଯାତ୍ରୀ ଅଟକ

492

କନକ ବ୍ୟୁରୋ: ଭୁବନେଶ୍ୱର ବିମାନବନ୍ଦର ଦେଇ ବେଧଡକ ଚାଲିଛି ଚୋରାଚାଲାଣ । ସୁନା ପରେ ୧୨ ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ ଜବତ କରିଛି ଡିଆରଆଇ । ପ୍ରାୟ ୪ ଶହ ପ୍ୟାକେଟ ଜବତ ହୋଇଛି । ଘଟଣାରେ ୨ ଯାତ୍ରୀ ଅଟକ ଅଛନ୍ତି । ଏହା କୁଆଲାଲମ୍ପୁରୁ କୋଲକାତା ଚାଲାଣ ହେଉଥିଲା । ଏୟାର ଏସିଆ ବିମାନରେ ହେଉଥିଲା ଚାଲାଣ । ପୂର୍ବରୁ ବିମାନବନ୍ଦରରେ ସୁନା ଚୋରାଚାଲାଣ ବେଳେ ଧରାପଡିଥିଲା । ଏବେ ବିଦେଶୀ ସିଗାରେଟ ଧରାପଡିବା ଘଟଣା ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଚିନ୍ତାକୁ ବଢାଇଦେଇଛି ।

biju pattanaik airport

ସୂଚନା ଅନୁସାରେ, ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଦୁଇ ଜଣ ଯାତ୍ରୀଙ୍କଠାରୁ ଆଜି ରାଜସ୍ୱ ଗୁଇନ୍ଦା ବିଭାଗ ଦ୍ୱାରା ୪୦୦ ପ୍ୟାକେଟ ବିଦେଶୀ ସିଗାରେଟ ଜବତ କରାଯାଇଥିବା ଜଣାଯାଇଛି । ଏହି ସିଗାରେଟ କୁଆଲାଲୁମପୁରରୁ ଏୟାର ଏସିଆ ବିମାନ ଯୋଗେ ଚାଲାଣ ହେଉଥିଲା ବୋଲି ଜଣାଯାଇଛି। ଯେଉଁ ୨ଯାତ୍ରୀଙ୍କ ନିକଟରୁ ୪୦୦ ପ୍ୟାକେଟ ବିଦେଶୀ ସିଗାରେଟ ହୋଇଛି, ଉଭୟଙ୍କ ଘର କୋଲକାତାରେ ବୋଲି ଜଣାପଡ଼ିଛି । ଜବତ ସିଗାରେଟର ଆନୁମାନିକ ମୂଲ୍ୟ ୧୨ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଏହି ଘଟଣାରେ ସମ୍ପୃକ୍ତ ୨ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବାର ସୂଚନା ମିଳିଛି ।

ଗତ କିଛି ଦିନ ତଳେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ବି ସୁନା ବିସ୍କୁଟ ଜବତ ହୋଇଥିଲା।ଏହାପରେ ଏବେ ଚର୍ଚ୍ଚା ଜୋର ଧରିଛି କି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଚୋରାଚାଲାଣକାରୀଙ୍କ ପେଣ୍ଠସ୍ଥଳ ପାଲଟିଛି।