୨୦୧୯ ସାଧାରଣତନ୍ତ୍ର ଦିବସ ପାଇଁ କୁହୁଡିଭରା ସକାଳରେ ଚାଲିଛି ଭାରତୀୟ ସେନାର ଅଭ୍ୟାସ ! ଫଟୋରେ ଫଟୋରେ ଦେଖନ୍ତୁ ସେନାର କୌଶଳ ।

192

୭୦ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତୀୟ ସ୍ଥଳସେନା,ନୌସେନା ଏବଂ ବିଏସଏଫ୍ ର ଦକ୍ଷତାସଂପର୍ଣ୍ଣ ଯବାନମାନେ ଅଭ୍ୟାସ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ନୂଆଦିଲ୍ଲୀ ରାଜପଥରେ ଚାଲିଛି ଏହି ଅଭ୍ୟାସ । ଆସନ୍ତୁ ଫଟୋରେ ଦେଖିବା ଯବାନଙ୍କ କୌଶଳ ।

୧ . ଭାରତୀୟ ସ୍ଥଳସେନା ସାଧାରଣତନ୍ତ୍ର ଦିବସ ଅବସରରେ ନିଜର ଦକ୍ଷତା ଏବଂ କୌଶଳ ପ୍ରଦର୍ଶନ ପାଇଁ ଅଭ୍ୟାସ ଚଲାଇଛନ୍ତି । ଶିତୁଆ ସକାଳରେ ନୂଆଦିଲ୍ଲୀର ରାଜପଥଠାରେ ଚାଲିଛି ଅଭ୍ୟାସ । ଦୁଇଚକିଆ ବାହନରେ କୌଶଳ ଦେଖାଉଛନ୍ତି ଯବାନ ।

୨ .  ଟ୍ୟାଙ୍କ୍ ଟି-୯୦ ‘ଭିଷ୍ମ’ କୁ ୨୦୧୯ ୭୦ ତମ ସାଧାରଣତନ୍ତ୍ର ଦିବସ ଅବସରରେ ସାମ୍ନାକୁ ଆଣିବାକୁ ଚାଲିଛି ଅଭ୍ୟାସ ।

୩ . ଭାରତୀୟ ବୋର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ୍) ର ଯବାନମାନେ ଓଟ ଉପରେ ବସି ନିଜ କୌଶଳ ପ୍ରଦର୍ଶନ କରୁଛନ୍ତି ।

୪ . ୭୦ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତୀୟ ନୌସେନା ବାହିନୀ ନିଜ କୌଶଳ ଏବଂ ଦକ୍ଷତା ପ୍ରଦର୍ଶନ ପାଇଁ ଅଭ୍ୟାସ ଚଳାଇଛନ୍ତି ।

୫ . ଆସାମ ରାଇଫଲ୍ ମହିଳା ଯବାନ ନିଜର ପାରଦର୍ଶିତା ପ୍ରଦର୍ଶନ ପାଇଁ ଶୀତୁଆ ସକାଳରେ କୁହୁଡିକୁ ଭ୍ରୁକ୍ଷେପ ନକରି ବୀରଦର୍ପର ସହ ଅଭ୍ୟାସ ଚଳାଇଛନ୍ତି ।

୬ . ଭାରତୀୟ ନୌସେନା ବାହିନୀର ଜଣେ ଯବାନ ହାଡଭଙ୍ଗା ଶୀତ ପ୍ରକୋପରେ ନିଜ ଦୁଇପାପୁଲିକୁ ଗାଲରେ ଲଗାଇ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ପ୍ରଚେଷ୍ଟା କରୁଛନ୍ତି ।

୭ . ଅଭ୍ୟାସରୁ କିଛି ସମୟ ବିରତି ନେଇ ନୌସେନା ବାହିନୀର ଯବାନ ଥକ୍କାପଣକୁ ମେଣ୍ଟାଉଛନ୍ତି । ଏହି ସମୟରେ ହାତରେ ଧରିଥିବା ବନ୍ଧୁକକୁ ସେମାନେ ତଳେ ରଖିଛନ୍ତି ।