ସୋମବାରଠାରୁ କୋଣାର୍କରେ ଲାଗୁହେବ ବର୍ଦ୍ଧିତ ପ୍ରବେଶ ଶୁଳ୍କ : ଜିଲ୍ଲାପାଳଙ୍କ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି

26

କୋଣାର୍କ: ସୋମବାରଠାରୁ କୋଣାର୍କରେ ଲାଗୁହେବ ବର୍ଦ୍ଧିତ ପ୍ରବେଶ ଶୁଳ୍କ । ଭିତରକୁ ଯିବା ଲାଗି ପର୍ଯ୍ୟଟକଙ୍କୁ ଦେବାକୁ ପଡିବ ଅଧିକ ଫି । ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି ହୋଇଛି । ତେବେ ସ୍ଥାନୀୟ ଅଂଚଳର ଲୋକଙ୍କ ପାଇଁ ଫି ସମ୍ପୂର୍ଣ୍ଣ ଛାଡ କରାଯାଇଛି । ବୈଠକରେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଏଏସଆଇ ପ୍ରତିନିଧି, କୋଣାର୍କ ସୁରକ୍ଷା ସମିତି ସଦସ୍ୟ ସାମିଲ ହୋଇଥିଲେ ।  ବର୍ଦ୍ଧିତ ଶୁଳ୍କକୁ ବିରୋଧ କରି ଧର୍ମଘଟ କୁ ଓହ୍ଲାଇଥିଲା କୋଣାର୍କ ସୁରକ୍ଷା ସମିତି ।