ସୀମାରେ ହେଉ କିମ୍ବା ଦେଶ ଭିତରେ..ଶତ୍ରୁ ସହ ଲଢିଥାନ୍ତି ବିଏସଏଫ-ସିଆରପିଏଫର ଯବାନ.. ତଥାପି ଉଭୟଙ୍କୁ ମିଳିନଥାଏ ସମାନ ସମ୍ମାନ

582

ଆପଣ ଜାଣିଛନ୍ତି କି ସୁରକ୍ଷା ବଳ, ଭାରତୀୟ ସେନାଠାରୁ ଭିନ୍ନ ହୋଇଥାଏ ଏବଂ ତାଙ୍କୁ ମିଳୁଥିବା ସୁବିଧାଗୁଡିକ ମଧ୍ୟରେ ବି ବହୁ ଅନ୍ତର ପରିଲକ୍ଷୀତ ହୋଇଥାଏ । ଯେବେକି ଭାରତୀୟ ସେନା ଏବଂ ଅନ୍ୟ ସୁରକ୍ଷା ବଳ ଭାରତର ସୁରକ୍ଷା ପାଇଁ ସର୍ବଦା ତତତ୍ପର ଥାଆନ୍ତି । ଖାଲି ଏତିକି ନୁହେଁ ଭାରତୀୟ ସେନାର ଯବାନମାନଙ୍କର ମୃତ୍ୟୁକୁ ହିଁ କେବଳ ସହିଦ ବୋଲି ଘୋଷଣା କରାଯାଇଥାଏ, ଯେବେକି ସୀମାରେ ଗୁଳି ଉଭୟ ଯାକ ସେନାର ଯବାନମାନେ ସମାନ ରୂପରେ ଖାଇଥାନ୍ତି ।

ସୁବିଧାରେ ରହିଥାଏ ଅନ୍ତର

ଯଦି ସୁବିଧା ପ୍ରସଙ୍ଗରେ କୁହାଯାଏ ତେବେ ଉଭୟ ବିଭାଗର ସେନାଙ୍କୁ ମିଳୁଥିବା ସୁବିଧାରେ ଅନେକ ଅନ୍ତର ପରିଲକ୍ଷୀତ ହୋଇଥାଏ । ଯେଉଁଠି ଭାରତୀୟ ସେନାକୁ ଅନେକ ପ୍ରକାରର ସୁବିଧା ଉପଲବ୍ଧ କରାଯାଉଥିବା ବେଳେ ସେଇଠି ଅର୍ଦ୍ଧ ସାମରିକ ବଳକୁ ସୁବିଧା ନାଁରେ ବି କିଛି ସୁବିଧା ଦିଆଯାଇନଥାଏ । ଭାରତୀୟ ସେନାର ଯବାନଙ୍କୁ କ୍ୟାଂଟିନ ଏବଂ ସୈନିକ ସ୍କୁଲ ପେନସନ ଭଳି ଅନେକ ସୁବିଧା ମିଳିଥାଏ ମାତ୍ର ଅର୍ଦ୍ଧ ସାମରିକ ବଳର ଯବାନମାନେ ଏହି ସବୁ ସୁବିଧାରୁ ବଂଚିତ ଥାଆନ୍ତି ।

ଗୃହ ମନ୍ତ୍ରାଳୟ ଅଧିନରେ ରହିଥାଏ ଅର୍ଦ୍ଧ ସାମରିକ ବଳ

ଏଠାରେ ଆମେ କହି ରଖୁଛୁ କି, ସେଂଟ୍ରାଲ ଆର୍ମଡ ପୁଲିସ ଫୋର୍ସ ଏବଂ ଭାରତୀୟ ସେନାରେ ବହୁତ ଅନ୍ତର ରହିଛି । ବହୁ ସୁରକ୍ଷା ବଳ ଗୃହ ମନ୍ତ୍ରାଳୟ ଅଧିନରେ ଆସିଥାନ୍ତି , ଯେଉଁମାନଙ୍କ ମଧ୍ୟରେ ସିଆରପିଏଫ, ଆଇଟିବିପି, ବିଏସଏଫ, ଆସାମ ରାଇଫଲ୍ସ ଏବଂ ଏସଏସବି ସାମିଲ । ସେହିପରି ସେନାରେ ଭାରତୀୟ ସେନା, ବାୟୁ ସେନା ଏବଂ ନୌସେନା ଆସିଥାନ୍ତି ।

ଉଭୟଙ୍କ କାମରେ ରହିଛି ଅନ୍ତର

ଅର୍ଦ୍ଧ ସାମରିକ ବଳ ଦେଶ ଭିତରେ ରହି କିମ୍ବା ସୀମାରେ ରହି ଦେଶର ସୁରକ୍ଷା କରିଥାନ୍ତି । ଏବଂ ସାରା ଦେଶରେ ଆତଙ୍କବାଦୀ ଏବଂ ନକ୍ସଲବାଦ ବିରୋଧୀ ଅଭିଯାନରେ ବି ନିୟୋଜିତ ଥାନ୍ତି । ସେହିପରି ଭିଆଇପି ସିକ୍ୟୁରିଟିରେ ବି ପ୍ରମୁଖ ଭାବରେ ଅର୍ଦ୍ଧସାମରୀକ ବଳର ଯବାନମାନେ ହିଁ ରହିଥାନ୍ତି । ସେହିପରି ବିଏସଏଫର ଯବାନମାନଙ୍କୁ ସବୁବେଳେ ସୀମାର ସୁରକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ପଡିଥାଏ । ଭାରତୀୟ ସେନାର ଯବାନମାନେ ସୀମାଠାରୁ ଦୂରରେ ଥାଇ ବି ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରିଥାନ୍ତି ଏବଂ ଏଥିସହିତ ହିଁ ଏମାନେ କ୍ରାସ ବର୍ଡର ଅପରେସନରେ ବି ସାମିଲ ହୋଇଥାନ୍ତି ।

ସ୍ତରରେ ବି ରହିଥାଏ ଅନ୍ତର

ଭାରତୀୟ ସେନରେ ରାଙ୍କ ତଥା ସ୍ତରରେ ଲେଫ୍ଟିନେଂଟ, ମେଜର, କର୍ଣ୍ଣଲସ ଭ୍ରେଗେଡିୟର, ମେଜର ଜର୍ଣ୍ଣାଲ ଆଦି ରହିଥାଏ, କିନ୍ତୁ ବିଏସଏଫରେ ପୋଷ୍ଟ କନେଷ୍ଟବଳ, ହେଡ କନେଷ୍ଟବଳ, ଡିଏଆଇ, ଆଇଜି ଆଦି ରହିଥାଏ । ଭାରତୀୟ ସେନାରେ ଅଧିକାରୀ ଏନଡିଏ ଏବଂ ସିଡିଏସ ଜରିଆରେ ଚୟନ ହୋଇଥାନ୍ତି ଏବଂ ଏହି ପରୀକ୍ଷାର ଚୟନ ୟୁପିଏସଏସି ତରଫରୁ କରାଯାଇଥାଏ । ସେହିପରି ବିଏସଏଫ ସିଆରପିଏଫରେ ଏସଆଇ ପର୍ଯ୍ୟନ୍ତ ପ୍ରାର୍ଥୀ ଏସଏସସି ପକ୍ଷରୁ ଚୟନ କରାଯାଇଥାଏ ।