ସାଲେପୁରରେ ଟ୍ରକ-କାର ଧକ୍କାରେ ୩ ଜଣଙ୍କର ମୃତ୍ୟୁ : ସେପଟେ ବଣେଇରେ ଓଲଟିଲା କାର,୩୦ ଆହତ ଓ ୪ ଗୁରୁତର

33

କନକ ବ୍ୟୁରୋ : ଟ୍ରକକୁ ପିଟିଲା କାର । ସାଲେପୁର ପଦ୍ମପୁର ନିକଟରେ ଟ୍ରକକୁ କାର ଧକା ଦେଇଛି । ଏଥିରେ ୩ଜଣଙ୍କର ମୃତ୍ୟୁ ହେବା ସହ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ କଟକ ଏସସିବି ମେଡିକାଲରେ ଭର୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତ୍ରିରେ କଟକ ଷ୍ଟେସନକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି ।

ସେପଟେ ବଣେଇରେ ଓଲଟିଲା ବସ୍ । ବଣେଇ ବଲାଣିପାଟ ଛକରେ ଭାରସାମ୍ୟ ହରାଇ ଓଲଟିପଡିଛି ଯାତ୍ରୀବାହୀ ବସ୍ ଗଙ୍ଗା । ଏଥିରେ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି । ସୂଚନା ଅନୁସାରେ ପାରାଦୀପରୁ ରାଉରକେଲା ଆସୁଥିବା ‘ଗଙ୍ଗା’ ନାମକ ଏକ ଘରୋଇ ନାଇଟ୍ କୋଚ୍ ବସ ଦୃତ ଗତିରେ ଯାଉଥିିବା ବେଳେ ବଣେଇ ଥାନା ଅନ୍ତର୍ଗତ ବଲାଣୀପାଟ ଛକ ନିକଟରେ ଭୋର ପ୍ରାୟ ୪ଟା ବେଳେ ଏହାର ଆଗଚକ ଫାଟି ଯାଇଥିଲା। ଫଳରେ ଗାଡ଼ି ଉପରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଗାଡ଼ିଟି ଭାରାସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବର ପାଇ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତେବେ ଗୁରୁତର ଭାବେ ଆହତ ହୋଇଥିବା ୪ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବା ଜଣାଯାଇଛି।