ସାବରିମାଳା ମନ୍ଦିରରେ ଦର୍ଶନକୁ ନେଇ ପୁଣି ଉତ୍ତେଜନା : ମଧ୍ୟରାତ୍ରିରେ ମନ୍ଦିର ପରିସରରୁ ୭୨ ଶ୍ରଦ୍ଧାଳୁଙ୍କ ଉଠାଇ ନେଲା ପୁଲିସ

ନିୟମ ଉଲ୍ଲଙ୍ଘନ କରିଥିବା ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ !

77

କନକ ବ୍ୟୁରୋ : ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ଲାଗିରହିଛି ବିବାଦ । ଗତକାଲି ରାତିରେ ମନ୍ଦିର ପରିସରରେ ଲାଗିଥିବା ନିୟମକୁ ପାଳନ କରାଯାଇନଥିବା ସୂଚନା ରହିଛି । ଯାହା ପାଇଁ ୭୨ ଜଣ ଭକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି । ଘଟଣା ସଂର୍ପକରେ ଜାଣିବା ପାଇଁ କେନ୍ଦ୍ରୀୟ ମନ୍ତ୍ରୀ କେଜେ ଅଲ୍ଫାସ ଆଜି ସାବରିମାଳା ମନ୍ଦିର ପରିସରରେ ପହଂଚି ଥିଲେ । କେଜେ ଆଲଫୋନ୍ସ କହିଥିଲେ ଏଠାକାର ପରିସ୍ଥିତି ସାଂଘାତିକ ରୁପ ନେଲାଣୀ । ଭକ୍ତଙ୍କୁ ଆଗକୁ ଯିବାକୁ ଅନୁମତି ମିଳୁନାହିଁ । ବିନା କାରଣରେ ୧୪୪ ଧାରା ଲାଗୁ କରାଯାଇଛି । ଭକ୍ତ ଆତଙ୍କବାଦୀ ନୁହେଁ କ’ଣ ପାଇଁ ଏଠାରେ ୧୫ ହଜାର ପୋଲିସ କର୍ମି ଜଗି ରହିଛନ୍ତି । ଆୟାପ୍ପାଙ୍କ ଦର୍ଶନ ପାଇଁ ଆସିଥିବା ଶହେରୁ ଅଧିକ ଭକ୍ତ ହଠାତ୍ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

sabarimala
IMAGE COURTESY-https://aajtak.intoday.in

ସନ୍ନିଧାନମ ଅଂଚଳରେ ସ୍ଥାନୀୟ ପୁଲିସ ଓ ପ୍ରାଶାସନ ବିରୋଧରେ ଭକ୍ତମାନେ ବିରୋଧ ପ୍ରଦର୍ଶନ କରିବା ସହ ରାସ୍ତାକୁ ଓହ୍ଲାଇଥିଲେ । ପୁଲିସ ପକ୍ଷରୁ ୧୪୪ ଧାରା ଲଗାଯାଇଛି ଏବଂ ଆୟପ୍ପାଙ୍କ ପୂଜା କରିବାକୁ ଦିଆଯାଉନି ବୋଲି ଭକ୍ତମାନେ ଅଭିଯୋଗ କରି ଏଭଳି ପ୍ରତିବାଦ କରିଛନ୍ତି । ସେପଟେ ଘଟଣାକୁ ନଜରରେ ରଖି ପୁଲିସ ୨୮ଜଣଙ୍କୁ ହେପାଜତକୁ ନେଇଛି । ମଣ୍ଡଳା ମକରଭିଲାକୁ ପର୍ବ ପାଇଁ ସାବରିମାଳା ମନ୍ଦିର ୬୨ ଦିନ ଧରି ଖୋଲା ରହିବ । ସୁପ୍ରିମକୋର୍ଟଙ୍କ ରାୟ ପରେ ସାବରିମାଳା ମନ୍ଦିର ତୃତୀୟ ଥର ପାଇଁ ଖୋଲିଛି । ପୂୂର୍ବରୁ ଦୁଇ ଥର ବିକ୍ଷାଭାକାରୀଙ୍କ ପ୍ରତିବାଦ ଯୋଗୁଁ କୌଣସି ମହିଳା ମନ୍ଦିରରେ ପ୍ରବେଶ କରିପାରି ନଥିଲେ ।