ରାହୁଲଙ୍କ ପ୍ରଭାବରେ ଡରିଲେଣି ମୋଦି ଓ ନବୀନ ! ସୁର ରାଉତରାୟ କହିଲେ, କଂଗ୍ରେସ ଆସିଲେ ବଦଳିବ ଚାଷୀଙ୍କ ସ୍ଥିତି

125

କନକ ବ୍ୟୁରୋ : ଚାଷୀଙ୍କ ପାଇଁ ଏବେ ଚାଲିଛି ପ୍ରତିଯୋଗିତା । ଚାଷୀଙ୍କ ଭୋଟ୍ ବ୍ୟାଙ୍କ ହାତେଇବା ପାଇଁ ସବୁ ରାଜନୈତିକ ଦଳ ଗୁଡ଼ିକରେ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଓଡ଼ିଶାରେ ମଧ୍ୟ ସ୍ଥିତି ସମାନ । କ୍ଷମତାକୁ ଆସିବାର ୨ ଘଂଟା ଭିତରେ ହିଁ କୃଷି ଋଣ ଛାଡ଼ କରାଯିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଏହାବ୍ୟତୀତ ସେ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ନବୀନ ସରକାର ଚାଷୀଙ୍କ ପାଇଁ କାନ୍ଦୁଛନ୍ତି ହେଲେ ଆଖିରେ ଟୋପାଏ ହେଲେ ଲୁହ ନାହିଁ । ୧୮ ବର୍ଷ କ’ଣ କରୁଥିଲେ ନବୀନ ବାବୁ । ଅଭାବ ଅନଟନ ଯୋଗୁଁ ଅନେକ ଚାଷୀ ଆତ୍ମହତ୍ୟା କଲେ । ହେଲେ ସେକଥା ନବୀନ ବାବୁଙ୍କ କାନରେ ପଡ଼ିଲାନି । ଚାଷୀ ମୃତ୍ୟୁକୁ ନେଇ ମିଛ ତଥ୍ୟ ପ୍ରଦାନ କରାଗଲା ।

ରାହୁଲ ଗାନ୍ଧୀ ଚାଷୀଙ୍କ ହିତ ପାଇଁ କାମ କରିବା ପରେ ଚେତା ପଶିଲା । ନବୀନ ବାବୁ ଆଉ ଶୋଇ ପାରୁନାହାନ୍ତି । ସପ୍ତାହକ ମଧ୍ୟରେ ହିଁ କିଛି ଘୋଷଣା କରିବାର ଯୋଜନା ପ୍ରସ୍ତୁତ କରୁଥିବେ । ମୋଦି ଓ ନବୀନ ଡରିଗଲେଣି । ଶୁଣିବା ପାଇଁ ମିଳୁଛି ନବୀନ ୫ ଲକ୍ଷ ପର୍ଯ୍ୟନ୍ତ ଋଣ ଛାଡ କରିବେ । ଚାଷୀଙ୍କ କଥା ନମାନିଲେ ୩ ରାଜ୍ୟରେ ଯାହା ହେବ ଏଠି ବି ସେଇଆ ହେବା । ଭୋଟ ଭୟରେ ନବୀନ ବାବୁ ସବୁ କରିବେ । ଭୟଙ୍କର ପରିସ୍ଥିତିରେ ନବୀନ ।

ଆଗାମୀ ସମୟରେ ଉଭୟ ଦେଶ ଓ ରାଜ୍ୟରେ କଂଗ୍ରେସ ହିଁ ସରକାର ଗଢ଼଼ିବ । ଏହା ବ୍ୟତୀତ କହିଛନ୍ତି ମୋଦି ଯେଉଁଠିକି ଯିବେ ହାରିବେ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଗଲେ ହାରିଲେ । ଆସନ୍ତା ୨୪ ରେ ଓଡ଼ିଶା ଆସିବେ, ଆଉ ଏଠାରେ ମଧ୍ୟ ହାରିବେ ।