ଯେତେବେଳେ ଏକ୍ସିଟ୍ ପୋଲର ଆକଳନ ବାହାରିଲା ଭୁଲ୍ ! ଜାଣନ୍ତୁ କେଉଁ ନିର୍ବାଚନରେ ଭୁଲ୍ ସାବ୍ୟସ୍ତ ହୋଇଥିଲା ଏକ୍ସିଟ୍ ପୋଲ୍

382

ଲୋକସଭା ନିର୍ବାଚନର ଫଳାଫଳ ପୂର୍ବରୁ ଗତକାଲି ଏକ୍ସିଟ୍ ପୋଲର ଆକଳନ ସାମ୍ନାକୁ ଆସିଛି । ଯେଉଁଥିରେ ଏନଡିଏ ପୂର୍ଣ୍ଣ ବହୁମତ ସହିତ ସରକାର ଆରମ୍ଭ କରିବା ଦେଖାଯାଉଛି । କାଲିଠାରୁ ଚାରିଆଡେ ଖାଲି ଏକ୍ସିିଟ୍ ପୋଲ୍ ବିଷୟରେ ଚର୍ଚ୍ଚା ହେଉଛି । ତେବେ କିଛି ଏହି ଆକଳନ ଉପରେ ଭରସା କରିଥିବା ବେଳେ ଆଉ କିଛି ଆକଳନକୁ ଭୁଲ୍ ବୋଲି କହୁଛନ୍ତି । ତେବେ ଲୋକଙ୍କ କଥାରେ ମଧ୍ୟ ସତ୍ୟତା ରହିଛି ଯେ ଏକ୍ସିଟ୍ ପୋଲ୍ କେବେ ସତ ସାବ୍ୟସ୍ତ ମଧ୍ୟ ହୋଇନଥାଏ ।

ଏହି ନିର୍ବାଚନୀ ଘଡିରେ ଫେଲ୍ ମାରିଥିଲା ଏକ୍ସିଟ୍ ପୋଲ୍ :

୨୦୦୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଏକ୍ସିଟ୍ ପୋଲରେ କେହି ମଧ୍ୟ ମାୟାବତୀଙ୍କୁ ବହୁଜନ ସମାଜ ପାର୍ଟିରେ ବହୁମତ ସହ ସରକାର ଗଢିବେ ବୋଲି କହିନଥିଲେ । କିନ୍ତୁ ଶେଷରେ ଫଳାଫଳ ସମସ୍ତଙ୍କୁ ଚକିତ କରିଦେଇଥିଲା । ଏହି ନିର୍ବାଚନରେ ବସପା ନିଜ ଦମରେ ୨୦୬ ଟି ସିଟ୍ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।

୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟ ସମ୍ପୁର୍ଣ୍ଣ ଦେଶକୁ ଚମକାଇ ଦେଇଥିଲା । ଏହି ନିର୍ବାଚନର ଏକ୍ସିଟ୍ ପୋଲରେ କେହି ଭାବି ବି ନଥିଲେ ଯେ ୨୦୧୨ ରେ ଅସ୍ତିତ୍ୱରେ ଆସିଥିବା ଆମ୍ ଆଦମି ପାର୍ଟି ୩ ବର୍ଷ ପରେ ୨୦୧୫ ରେ ଦିଲ୍ଲୀରୁ ଏକ ତୃତୀୟାଂଶରୁ ଅଧିକ ସିଟ୍ ରେ ସରକାର ଗଢିବ । ୭୦ ଟି ବିଧାନସଭା ସିଟ୍ ର ଏହି ରାଜ୍ୟରେ ଆପ୍ ପକ୍ଷରୁ ୬୭ ଟି ସିଟ୍ ନିଜ ନାଁରେ କରିଥିଲା ଏବଂ ବିଜେପିକୁ କେବଳ ୩ ଟି ସିଟ୍ ମିଳିଥିଲା ।

୨୦୧୫ ବିହାର ବିଧାନସଭା ନିର୍ବାଚନ ଫଳାଫଳରେ ମଧ୍ୟ ଏକ୍ସିଟ୍ ପୋଲରେ ଜେଡିୟୁ ଏବଂ ଆରଜେଡି ମହାମେଣ୍ଟ ମଧ୍ୟ ସମସ୍ତଙ୍କୁ ଚକିତ କରିଥିôଲା । ଏହି ନିର୍ବାଚନରେ ବିଧାନସଭା ସିଟରେ ଜେଡିୟୁ ୨୪୩ ଟି ସିଟ୍ ,ଆରଜେଡି ଏବଂ କଂଗ୍ରେସ ମହାମେଣ୍ଟ ୧୭୮ ସିଟ୍ ରୁ ବିଜୟ ପ୍ର୍ରାପ୍ତ କରିଥିଲା । ନିର୍ବାଚନରେ ଆରଜେଡି ୮୦,ଜେଡିୟୁ ୭୧ ଏବଂ କଂଗ୍ରେସ ୨୭ ଟି ସିଟ୍ ମିଳିଥିଲା । ଅନ୍ୟପକ୍ଷରେ ବିଜେପି ମହାମେଣ୍ଟକୁ ମଧ୍ୟ ୫୮ ଟି ସିଟ୍ ମିଳିଥିଲା ।

୨୦୧୬ ତାମିଲନାଡୁ ବିଧାନସଭା ନିର୍ବାଚନ ସବୁ ଏକ୍ସିଟ୍ ପୋଲରେ କୁହାଯାଇଥିଲା ଯେ ଜୟଲଳିତାଙ୍କ ପାର୍ଟି ଇଓଇଊଗକ ସତ୍ତାକୁ ଆସିବ ନାହିଁ ଏବଂ ଏକ୍ସିଟ୍ ପୋଲରେ କଂଗ୍ରେସ ଏବଂ ଡିଏମକେ ମେଣ୍ଟର ବିଜୟର ଭବିଷ୍ୟବାଣୀ ହୋଇଥିଲା । କିନ୍ତୁ ଏହାର ଫଳାଫଳ ମଧ୍ୟ ସମସ୍ତଙ୍କୁ ଚକିତ କରିଦେଇଥିଲା । ଏଥିରେ ୨୩୪ ବିଧାନସଭା ସିଟରେ ଇଓଇଊଗକ ୧୧୪ ଟି ସିଟ୍ ଜିତିଥିଲା ।

୨୦୧୪ ଲୋକସଭା ନିର୍ବାଚନ ଏନଡିଏ ‘ମୋଦି ମ୍ୟାଜିକ୍’ ରେ ୩୩୬ ଟି ସିଟରେ ଜିତ୍ ହାସଲ କରିଥିଲେ । କିନ୍ତୁ ସେତେବେଳେ ଏକ୍ସିଟ୍ ପୋଲରେ ଟୁଡେଜ୍ ଚାଣକ୍ୟ ଏନଡିଏର ଆକଳନ ଦେଖି ଏହା ୩୦୦ ପାର ହେବ ବୋଲି ଅନୁମାନ ଲଗାଇଥିଲେ । ଏହାକୁ ଛାଡି ବାକି ସବୁ ଅନୁମାନ ଭୁଲ୍ ସାବ୍ୟସ୍ତ ହୋଇଥିଲା ।