ମୁଖ୍ୟମନ୍ତ୍ରୀଙ୍କ ଦମ୍ଭୋକ୍ତି ! ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବହୁତ ଭଲ ପ୍ରଦର୍ଶନ କରିଛି ଦଳ

268

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି ବିଜେଡ଼ି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ଦମ୍ଭୋକ୍ତି କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର କିଛି ଏପରି ଢ଼ଙ୍ଗରେ ରଖିଛନ୍ତି ବିଜେଡ଼ି ସଭାପତି । ନିର୍ବାଚନ ପୂର୍ବରୁ ମଧ୍ୟ କିଛି ଏପରି ଦମ୍ଭୋକ୍ତି ଦେଖାଇଥିଲେ ମୁଖ୍ୟମନ୍ତ୍ରୀ । ଚଳିତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବା ସହ ପୁଣି ରାଜ୍ୟରେ ସରକାର ଗଢ଼ିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆଉ ଦୁଇ ପର୍ଯ୍ୟାୟରେ ନିର୍ବାଚନ ବାକି ରହିଛି । ସୂଚନାଯୋଗ୍ୟ ଗତକାଲି ୫ଟି ଲୋକସଭା ଓ ୩୫ ଟି ବିଧାନସଭା ପାଇଁ ଭୋଟଗ୍ରହଣ ହୋଇଛି ।

ସେପଟେ ଆଜି ନୟାଗଡରୁ ଆରମ୍ଭ ହେଉଛି ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟ । ନୟାଗଡର ରଣପୁରରେ ଏକ ଜନସଭାକୁ ସଂବୋଧିତ କରିବେ ମୁଖ୍ୟମନ୍ତ୍ରୀ । ନୟାଗଡରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ମୁଖ୍ୟମନ୍ତ୍ରୀ । ତା ପରେ ଚିଲିକା ଗସ୍ତ କରି ସେଠାରେ ପ୍ରଚାର କରିବେ । ବାଣପୁର ପଲଟନ ପଡିଆରେ ଜନସଭାକୁ ସଂବୋଧନ କରିବା କାର୍ଯ୍ୟକ୍ରମ ରହିଛି । ଚିଲିକାରେ ପ୍ରଚାର ସାରିବା ପରେ ନବୀନଙ୍କ ପୁରୀ ଗସ୍ତ ରହିଛି । ପୁରୀ ସଂସଦୀୟ କ୍ଷେତ୍ରର ସାତପଡାରୁ ରୋଡ ସୋ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ସାତପଡାରୁ ପୁରୀ ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବା ସହିତ ପୁରୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରୋଡ୍ ସୋ କରିବା କାର୍ଯ୍ୟକ୍ରମ ରହିଛି ।