ବିଜେପି ସରକାର ପାଇଁ ସଙ୍କଟମୋଚକ ଥିଲେ ଜେଟଲି। ଜଟିଳ ସ୍ଥିତିରେ ଗୃହରେ ଦଳର ଧରୁଥିଲେ ମଙ୍ଗ

ବାଜପେୟୀ ସରକାର ଅମଳରୁ ମୋଦିଙ୍କ ସରକାର ଯାଏଁ ସମ୍ଭାଳି ଆସୁଥିଲେ ମୋର୍ଚ୍ଚା

225

କନକ ବ୍ୟୁରୋ: ଅରୁଣ ଜେଟଲି ମୋଦି ସରକାରଙ୍କ ପ୍ରଥମ ପାଳିର ଦ୍ୱିତୀୟ ସ୍ଥାନରେ ଥିବା ନେତା ଭାବେ ଗଣା ହେଉଥିଲେ । ପେଶାରେ ଜଣେ ଆଇନଜୀବୀ ଥିବା ଏହି ନେତା ଗତ ୫ବର୍ଷ ଭିତରେ ଦେଶର ମୋଷ୍ଟ ପାୱାରଫୁଲ ମିନିଷ୍ଟର ଭାବେ ଜଣାଶୁଣା ଥିଲେ । ଏପରିକି ଅନେକ ସମୟରେ ମୋଦି ସରକାରଙ୍କ ପାଇଁ ଟ୍ରବୁଲ ସୁଟର ଭାବେ କାର୍ଯ୍ୟ କରିଛନ୍ତି ଏହି ବରିଷ୍ଠ ନେତା ।

ଅରୁଣ ଜେଟଲି । ଗତ ୩ଦଶକ ଧରି ଭାରତୀୟ ଜନତା ପାର୍ଟିର ଟ୍ରବୁଲ ସୁଟର ଭାବେ କାର୍ଯ୍ୟ ସମ୍ଭାଳିଛନ୍ତି । ମୋଦି ସରକାରଙ୍କ ପ୍ରଥମ ପାଳିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ବିଜେପିର ଏହି ବରିଷ୍ଠ ନେତା । ପ୍ରଥମ ୫ବର୍ଷରେ ତାଙ୍କ ନିକଟରେ ରହିଥିଲା ଅର୍ଥ ଭଳି ସବୁଠୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ । ଯେଉଁ ସମୟରେ ଅରୁଣ ଶୌରୀ ଓ ସୁବ୍ରମଣ୍ୟମ ସ୍ୱାମୀଙ୍କ ନାଁ ଏହି ପଦବୀ ପାଇଁ ଶୁଣିବାକୁ ମିଳୁଥିଲା ସେହି ସମୟରେ ଜେଟଲିଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଥିଲା । ଏହାସହ ଅନେକ ସମୟରେ ଉଦ୍ୟୋଗ ବ୍ୟାପାର ମନ୍ତ୍ରାଳୟ, ରକ୍ଷା ମନ୍ତ୍ରାଳୟ ଓ ସୂଚନା ପ୍ରସାରଣ ମନ୍ତ୍ରାଳୟ ଦାୟିତ୍ୱ ତାଙ୍କୁ ମିଳିଥିଲା । ଏପରି ସମୟ ମଧ୍ୟ ଆସିଥିଲେ ଯେଉଁ ସମୟରେ ଜେଟଲି ଏକାଥରକେ ପ୍ରତିରକ୍ଷା, ଅର୍ଥ ଓ ଉଦ୍ୟୋଗ ବ୍ୟାପାର ମନ୍ତ୍ରାଳୟ ଦାୟିତ୍ୱରେ ଥିଲେ । ଏପରିକି ରାଜ୍ୟ ସଭାରେ କୌଣସି ବିଲ୍ ଆଗତ କରିବା ପାଇଁ ଜେଟଲୀଙ୍କ ସହାୟତା ଲୋଡୁଥିଲେ ପ୍ରଧାନମନ୍ତ୍ରୀ ।

ରାଜନୀତିର ଗୋଟି ଚାଳନାରେ ଦକ୍ଷ ଜେଟଲି ୯୦ଦଶକର ଶେଷ ବେଳକୁ ନୂଆଦିଲ୍ଲୀରେ ମୋଦିଙ୍କ ସବୁଠୁ ବିଶ୍ୱସ୍ତ ପାଲଟିଯାଇଥିଲେ । କୁହାଯାଏ ୨୦୦୨ରୁ ମୋଦିଙ୍କ ସଙ୍କଟମୋଚକ ଭାବେ କାର୍ଯ୍ୟ ସମ୍ଭାଳିନେଇଥିଲେ ଅରୁଣ ଜେଟଲି । ଯେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ ନରେନ୍ଦ୍ର ମୋଦି ସେହି ସମୟରେ ଦଙ୍ଗା ମାମଲାରେ ମୋଦିଙ୍କ ଉପରେ ସଂକଟର କଳା ବାଦଳ ଘୋଟି ଆସିଥିଲା । ଏବଂ ଆଇନକାନୁନ ଉପରେ ନିଜ ଦକ୍ଷତା ବଳରେ ଏଥିରୁ ଜେଟଲି ହିଁ ମୋଦିଙ୍କ ସଙ୍କଟମୋଚକ ଭାବେ ତାଙ୍କୁ ବାହାର କରିନେଇଥିଲେ । କେବଳ ମୋଦି ନୁହଁନ୍ତି ଅମିତ ଶାହାଙ୍କ ପାଇଁ ମଧ୍ୟ ସମାନ ଭାବେ ସହାୟକ ହୋଇଥିଲେ ଜେଟଲୀ । ସେତିକି ବେଳକୁ ଜେଟଲୀ, ମୋଦିଙ୍କ ମୁଖ୍ୟ ଯୋଦ୍ଧା ବନିଯାଇଥିଲେ । ନିଜ ଅନୁଭୂତି ଓ ଦକ୍ଷତା ବଳରେ ଅରୁଣ ଜେଟଲି ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ।

ମୋଦି ସରକାରଙ୍କ ପ୍ରଥମ ପାଳିରେ ସରକାରଙ୍କ ଉପଲବ୍ଧି ଗଣାଇବା ହେଉ ବା ବିବାଦୀୟ ନୀତି ସର୍ମ୍ପକରେ ସରକାରଙ୍କୁ ରକ୍ଷା କରିବା ହେଉ ସବୁ ସ୍ଥାନରେ ପହଂଚି ଯାଉଥିଲେ ଅରୁଣ ଜେଟଲୀ । ଏପରିକି ବିରୋଧୀଙ୍କୁ ଆକ୍ରମଣ କରିବା ହେଉ କିମ୍ବା ଅବ୍ୟବସ୍ଥା ଭିତରେ ୨୦୧୯ନିର୍ବାଚନ ପରିଚାଳନା କରିବା କଥା କହିବା ହେଉ ସବୁଠି ବିଜେପି ସରକାରଙ୍କ ସଙ୍କଟମୋଚକ ସାଜିଥିଲେ ଅରୁଣ ଜେଟଲି । ବିଶ୍ୱସ୍ତରରେ ବଢୁଥିବା ତେଲ ଦର ଓ ରାଫେଲ ଭଳି ଜଟିଳ ପ୍ରସଙ୍ଗକୁ ଖୁବ୍ ସହଜରେ ଲୋକଙ୍କ ଆଗରେ ଉପସ୍ଥାପନ କରିଥିଲେ ଏହି ବରିଷ୍ଠ ନେତା ।