ଫେସବୁକରୁ ତଥ୍ୟ ଚୋରୀ ନେଇ କ୍ଷମା ମାଗିଲେ ଜୁକରବର୍ଗ ! ଫେସବୁକ ପୋଷ୍ଟରେ ଲେଖିଲେ, ତଥ୍ୟ ସୁରକ୍ଷା ମୋ ଦାୟିତ୍ୱ

85

କନକ ବ୍ୟୁରୋ : ଫେସବୁକରୁ ତଥ୍ୟ ଚୋରୀ ମାମଲାରେ ଫେସବୁକର ସିଇଓ ମାର୍କ ଜୁକରବର୍ଗ କ୍ଷମା ମାଗିବା ସହ ବଡ ପଦକ୍ଷେପ ନେଇଥିବା ନେଇ ସୂଚନା ଦେଇଛନ୍ତି । ଏନେଇ ସେ ଫେସବୁକ୍ ଆକାଉଂଟରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଲୋକଙ୍କ ତଥ୍ୟ ସୁରକ୍ଷିତ ରଖିବା ତାଙ୍କର ଦାୟିତ୍ୱ । ଏଥିରେ ସେ ବିଫଳ ହେବା ଅର୍ଥ ଏହା ତାଙ୍କର ଭୁଲ ବୋଲି ସେ ସ୍ୱୀକାର କରିଛନ୍ତି । ତେବେ ତ୍ରୁଟିକୁ ସୁଧାରିବା ନେଇ ପଦକ୍ଷେପ ନିଆଯାଉଥିବା ସେ ଉଲ୍ଲେଖ କରିଛନ୍ତି । ଭୁଲରୁ ଶିଖିବା ପାଇଁ ଫେସବୁକ୍ ଚେଷ୍ଟା କରୁଛି ଏବଂ ଏନେଇ ପଦକ୍ଷେପ ନିଆଯାଉଥିବା ନେଇ ସେ ସୂଚନା ଦେଇଛନ୍ତି ।

ଫେସବୁକର ପ୍ରତିଷ୍ଠା ଭାବରେ ଏଥିରେ ଦେଖାଯାଉଥିବା ତ୍ରୁଟି ବିଚ୍ୟୁତି ପାଇଁ ଏହାର ଉତ୍ତର ଦାୟିତ୍ୱ ତାଙ୍କର ବୋଲି ମାର୍କ ଜୁକରବର୍ଗ ଉଲ୍ଲେଖ କରିଛନ୍ତି । ଆଗକୁ ଫେସବୁକରେ କେତେକ ପରିବର୍ତ୍ତନ କରିବା ନେଇ ସେ ଘୋଷଣା କରିଛନ୍ତି । ଅଧିକ ସୁରକ୍ଷିତ କରିବା ନେଇ ଆପ୍ରେ ଅପଡେଟ୍ କରାଯିବ ବୋଲି ଜୁକରବର୍ଗ କହିଛନ୍ତି । ଅନ୍ୟପଟେ ୩ ମାସ ଧରି ଫେସବୁକ ବ୍ୟବହାର ନକଲେ ଏହା ଡିଆକ୍ଟିଭ କରାଯିବା ପାଇଁ ବ୍ୟବସ୍ଥା ହେବ ବୋଲି ଜଣାପଡିଛି । ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସମୟରେ ଡୋନାଲ୍ଡ ଟ୍ରମ୍ପ କେମ୍ବ୍ରିଜ୍ ଆନାଲିଟିକା ପ୍ରାୟ ୫ କୋଟି ଫେସବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ଚୋରୀ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଟ୍ରମ୍ପଙ୍କ ଭାବମୂର୍ତି ଭଲ ବା ଖରାପ କରିବା ପାଇଁ ବ୍ୟବହାର ହୋଇଥିବା କୁହାଯାଉଛି ।