ପୁଲିସର ଗିରଫଦାରୀର ପ୍ରତିବାଦ : ନିମାପଡା ଥାନା ଆଗରେ ରାତି ତମାମ ଧାରଣାରେ ବସିଲା ବିଜେପି ମହିଳା ମୋର୍ଚା

41

ନିମାପଡା : ରାତି ସାରା ଧାରଣା । ତା ପୁଣି ଥାନା ଆଗରେ । ନିମାପଡା ଧାନା ଆଗରେ ଧାରଣାରେ ବସିଛନ୍ତି ବିଜେପି ମହିଳା ମୋର୍ଚା କର୍ମୀ । ଗତକାଲି ସିଡିପିଓ ଅଫିସ ଘେରାଉ ବେଳେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହି ଘଟଣାରେ ପୁଲିସ ୩ ଜଣ ବିଜେପି କର୍ମୀଙ୍କୁ ଗିରଫ କରି କୋର୍ଡ ଚାଲାଣ କରିଛି । ସେମାନଙ୍କ ନାଁରେ ସଂଗୀନ ଅଭିଯୋଗ ମଧ୍ୟ ଲଗାଇଛି।