ପୁଣି ଚିଟଫଣ୍ଡ ତନାଘନା: ସ୍ୱସ୍ତିକ ଇଣ୍ଡିଆର ଆଉଜଣେ ନିର୍ଦେଶକ ଗିରଫ

24

ଭୁବନେଶ୍ୱର: ଚିଟଫଣ୍ଡ ଦୁର୍ନୀତିରେ ପୁଣି ତନାଘନା ତଦନ୍ତ ଆରମ୍ଭ କରିଛି ସିବିଆଇ । ସ୍ୱସ୍ତିକ ଇଣ୍ଡିଆ ଚିଟଫଣ୍ଡ ସଂସ୍ଥାର ଅନ୍ୟତମ ନିର୍ଦେଶକ ମନୋରଂଜନ ନନ୍ଦଙ୍କୁ ଗିରଫ କରିଛି । ଭୁବନେଶ୍ୱରରେ ଥିବା ତାଙ୍କ ଘରୁ ମନୋରଂଜନଙ୍କୁ ଉଠାଇ ନେଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ପୁର୍ବରୁ କମ୍ପାନୀ ମୁଖ୍ୟ ରଂଜନ ଦାସକୁ ଗିରଫ କରିଥିଲା ସିବିଆଇ । ଆଉ ରଂଜନ, ସିବିଆଇକୁ ଦେଇଥିବା ବୟାନକୁ ଆଧାରକରି ମନୋରଂଜନଙ୍କ ସହିତ ଏକାଧିକ ବ୍ୟକ୍ତିଙ୍କ ସଂମ୍ପୃକ୍ତିକୁ ନେଇ ସିବିଆଇ ଛାନଭିନ ଚଳାଇଛି । ମନୋରଂଜନ ଆଗୁଆ ଜାମିନରେ ଥିବାରୁ ସିବିଆଇ ତାଙ୍କୁ ପୂର୍ବରୁ ଗିରଫ କରିପାରିନଥିଲା । ଜାମିନ ଅବଧୀ ଶେଷ ହେବା ପରେ ତାଙ୍କୁ ଗିରଫ କରାଯାଇଛି ।