ପାଟଣା ସାହିବରୁ ଟିକେଟ ନମିଳିବା ପରେ ମୁହଁ ଖୋଲିଲେ ଶତ୍ରୁଘ୍ନ ସିହ୍ନା । କହିଲେ, ଆଡଭାଣୀଙ୍କ ଭଳି ବରିଷ୍ଠ ନେତାଙ୍କ ପରି ମତେ ବି କରାଯାଇଛି ଅଣଦେଖା

327

କନକ ବ୍ୟୁରୋ: ପାଟନା ସାହିବରୁ ଟିକେଟ୍ ନ ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ରୋହୀ ବିଜେପି ନେତା ଶତୃଘ୍ନ ସିହ୍ନା । ଏହି ପ୍ରସଙ୍ଗରେ ମୋଦି ଓ ଅମିତ ଶାହାଙ୍କୁ ଟାର୍ଗେଟ୍ କରି ଶତୃଘ୍ନ କହିଛନ୍ତି, ବରିଷ୍ଠ ବିଜେପି ନେତା ଓ ଦଳର ମାର୍ଗଦର୍ଶକ କୁହାଯାଉଥିବା ଆଡ଼ଭାଣିଙ୍କୁ ଟିକେଟ୍ ନଦେଇ ଦଳ ଅନ୍ୟାୟ କରିଛି । ଆଡ଼ଭାଣୀ, ମୁରଲୀ ମନୋହର ଯୋଶୀ, ଅରୁଣ ସୌରୀ, ଯଶୱନ୍ତ ସିଂ ଓ ଯଶୱନ୍ତ ସିହ୍ନାଙ୍କ ପରେ ମୋତେ ଟିକେଟ୍ ଦିଆଯାଇନାହିଁ । ତେବେ ନିଉଟନଙ୍କ ତୃତୀୟ ନିୟମ ଭଳି ପ୍ରତ୍ୟେକ କ୍ରିୟାର ସମାନ ଓ ବିପରୀତ ପ୍ରତିକ୍ରିୟା ରହିବ ।

ବର୍ତ୍ତମାନ ସମୟର ଦଳୀୟ ନେତୃତ୍ୱକୁ ଟାର୍ଗେଟ୍ କରି ଶତ୍ରୁଘ୍ନ କହିଛନ୍ତି ଏହାର ଫଳ ଭୋଗିବାକୁ ପଡ଼ିବ । ସେହିପରି ବିଜେପି ଛାଡ଼ି ଖୁବ ଶିଘ୍ର ଅନ୍ୟଦଳରେ ସାମିଲ ହେବାର ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଶତୃଘ୍ନ ସିହ୍ନା । କୁହାଯାଉଛି ଶତୃଘ୍ନ ସୋମବାର କଂଗ୍ରେସରେ ଯୋଗ ଦେବା ନେଇ ଘୋଷଣା କରିପାରନ୍ତି । ଶତୃଘ୍ନ ଲଢ଼ିଆସୁଥିବା ବିହାର ପାଟନା ସାହିବ୍ ଲୋକସଭା ଆସନରୁ ଲଢ଼ିବେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ୍ । ବିହାରର ୪୦ଟି ଲୋକସଭା ଆସନ ପାଇଁ ଏନଡିଏ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେପି ୧୭ଟି, ଜେଡ଼ିୟୁ ୧୭ଟି ଆସନରୁ ଲଢ଼ୁଥିବା ବେଳେ ଲୋକ ଜନଶକ୍ତି ପାର୍ଟି ୬ଟି ଆସନରୁ ଲଢ଼ିବ ବୋଲି ଜଣାପଡ଼ିଛି ।