ପରଦାରେ ବେଙ୍ଗଲୀ ରସଗୋଲାକୁ ନେଇ ଜୋର ଧରିଲା ବିବାଦ : ଫିଲ୍ମ ଜରିଆରେ ନୂଆ ଷଡ଼ଯନ୍ତ୍ର, ଓଡିଆ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଫିଲ୍ମର ସଂଳାପକୁ ନେଇ ଉଠିଲା ପ୍ରଶ୍ନ

ଐତିହାସିକ କହିଲେ ଓଡିଶାର ଅସ୍ମିତାରେ ଲାଗିଛି ଆଘାତ

336

କନକ ବ୍ୟୁରୋ : ‘ରସଗୋଲା’ର ଜିଆଇ ଟ୍ୟାଗ୍ ପାଇଁ ଓଡ଼ିଶା ଯେତେବେଳେ ପ୍ରାଣପଣେ ଉଦ୍ୟମ କରୁଛି, ଠିକ୍ ସେତିକି ବେଳେ ଫିଲ୍ମ ଜରିଆରେ ରସଗୋଲା ନେଇ ଏକ ନୂଆ ଷଡଯନ୍ତ୍ର ସାମ୍ନାକୁ ଆସିଛି । ‘ରସଗୋଲା’ ଟାଇଟଲରେ ନିକଟରେ ରିଲିଜ୍ ହୋଇଥିବା ଏକ ବଙ୍ଗଳା ଫିଲ୍ମର ଟ୍ରେଲରରେ ନବୀନ ଚନ୍ଦ୍ର ଦାସଙ୍କୁ ‘ରସଗୋଲା’ର ଉଦ୍ଭାବକ ବୋଲି ଚିତ୍ରଣ କରାଯାଇଛି । ବଡ କଥା ହେଉଛି- ଓଡ଼ିଆ ଫିଲ୍ମ ନିର୍ମାତା ଏହି ଫିଲ୍ମର ପ୍ରଯୋଜକ ଅଛନ୍ତି । ଯାହା ଏବେ ଏକ ବିବାଦ ତିଆରି କରିଛି ।

ଫିଲ୍ମର ଏହି ସଂଳାପ ରସଗୋଲା ବିବାଦରେ ନିଆଁ ଲଗାଇ ଦେଇଛି । ବଙ୍ଗଳା ଭାଷାରେ ଥିବା ଏହି ସଂଳାପରେ କୁହାଯାଉଛି, ଆମେ କେବଳ ରସଗୋଲା ଉଦ୍ଭାବନ କରିନୁ, ବରଂ ଏହାକୁ ଏକ ମାର୍ଗଦର୍ଶନ ଦେଇଛୁ । ଆଉ ଏହି ଫିଲ୍ମରେ ନବୀନ ଚନ୍ଦ୍ର ଦାସଙ୍କୁ ରସଗୋଲାର ଉଦ୍ଭାବକ ଭାବରେ ଚିତ୍ରଣ କରାଯାଇଛି ।

rasagola

ଏମନ୍ ମିଷ୍ଟି ଭାରତେ ନାଇଁ । ଅର୍ଥାତ୍ ଏଭଳି ମିଠା ସମଗ୍ର ଭାରତରେ ନାହିଁ ଦର୍ଶାଇ, ରସଗୋଲା ଉପରେ ମାଲିକାନା ଜାହିର କରିବାକୁ ଫିଲ୍ମ ଜରିଆର ଉଦ୍ୟମ କରାଯାଇଛି । ଆଉ ଏପଟେ ରସଗୋଲାର ପୁରା ଇତିହାସ ଖୋଲି ସାମ୍ନାରେ ରଖିଛନ୍ତି ଗବେଷକ ଅସିତ ମହାନ୍ତି ।

ବଡ କଥା ହେଉଛି-ଏଭଳି ଏକ ବିବାଦୀୟ ପ୍ରସଙ୍ଗରେ ନିର୍ମାଣ ହେଉଥିବା ଫିଲ୍ମର ପ୍ରଯୋଜକ ଅଛନ୍ତି ଅକ୍ଷୟ ପରିଜା । ଏ ସଂପର୍କରେ ଅକ୍ଷୟ ପରିଜା କହିଛନ୍ତି- ରସଗୋଲା କାହାର କିମ୍ବା କେଉଁ ରାଜ୍ୟର ବୋଲି ଦର୍ଶାଯାଇ ନାହିଁ । କିନ୍ତୁ ଏହି ଯୁକ୍ତିକୁ ସହଜରେ ଗ୍ରହଣ କରିପାରିନି ଓଡ଼ିଶା ।

ଭୁବନେଶ୍ୱରର ଭାଗିରଥୀ ମହାସୁହାର ନିଜ ଫେସବୁକରେ ଲେଖିଛନ୍ତି- ଅକ୍ଷୟ ପରିଜାଙ୍କ ଠାରୁ ଅନ୍ତତଃ ଏପରି ଓଡ଼ିଆ ବିରୋଧୀ ମନୋବୃତି ଆଶା କରାଯାଉନଥିଲା । ସୋନପୁରର ଦୀପକ ମିଶ୍ର ଫେସବୁକରେ ଲେଖିଛନ୍ତି-କାଳ୍ପନିକ କାହାଣୀ ପୂରେଇ ଇତିହାସକୁ ବିକୃତ କରିବାର ପ୍ରୟାସ ନିନ୍ଦନୀୟ । ଭଦ୍ରକର ଅମିତାଭ ଖିଲାର ଫେସବୁକରେ ମତ ଦେଇ ଲେଖିଛନ୍ତି-ଅକ୍ଷୟ ପରିଜାଙ୍କ ଏହି ଉଦ୍ୟକକୁ ଜଣେ ଓଡ଼ିଆ ଭାବେ ନିନ୍ଦା କରୁଛି । ଏଭଳି ମତାମତ ଭିତରେ ଅସିତ ମହାନ୍ତି କହିଛନ୍ତି-ପ୍ରମାଣିତ ହେବ ରସଗୋଲାର ଉଦ୍ଭାବନ କିଏ?

ଯେଉଁ ପଶ୍ଚିମବଙ୍ଗ ନିଜେ ରସଗୋଲାର ଉଦ୍ଭାବକ ବୋଲି ଦାବି କରୁଛି-ତାର ବହୁ ପୂର୍ବରୁ ଓଡ଼ିଶାରେ ରସଗୋଲା ଥିଲା । ପଂଚଦଶ ଶତାବ୍ଦୀର ଦାଣ୍ଡି ରାମାୟଣରେ ଉଲ୍ଲେଖ ଓଡ଼ିଆ ବ୍ୟଞ୍ଜନ କଥା କୁହାଯାଉ କିମ୍ବା ଲକ୍ଷ୍ମୀ ଠାକୁରାଣୀଙ୍କ ମାନ ଭଞ୍ଜନ କଥା କୁହାଯାଉ, ସବୁଠି ରସଗୋଲର ପ୍ରମାଣ ମିଳେ । ଗତ ନଭେମ୍ବର ମାସରେ ବାଙ୍ଗଲାର୍ ରସଗୋଲା ନା’ରେ ପଶ୍ଚିମବଙ୍ଗ ଜିଆଇ ଟ୍ୟାକ୍ ମାନ୍ୟତା ହାତେଇଥିବା ବେଳେ ଏବେ ରସଗୋଲା ଉପରେ ମାଲିକାନା ଜାହିର କରିବା ପାଇଁ ରଚୁଛି ଏକ ନୂଆ ଷଡଯନ୍ତ୍ର ।