ଦିଲ୍ଲୀ ଅଗ୍ନିକାଣ୍ଡ : କାରଖାନା ମାଲିକ ରେହାନଙ୍କୁ ଗିରଫ କଲା ପୋଲିସ୍

339

କନକ ବ୍ୟୁରୋ : ଦିଲ୍ଲୀ କାରଖାନା ଅଗ୍ନିକାଣ୍ଡ ଘଟଣାରେ କାରଖାନା ମାଲିକ ଗିରଫ । ବିଲ୍ଡିଂ ମାଲିକ ରେହାନଙ୍କୁ ଗିରଫ କଲା ପୋଲିସ୍ । ଆଜି ସକାଳେ ରାଜଧାନୀର ରାଣୀ ଝାନ୍‌ସୀ ମାର୍ଗସ୍ଥିତ ଗୋଟାଏ ପାଞ୍ଚ ତାଲା କୋଠାରେ ଥିବା କାର୍ଡବୋର୍ଡ କାରଖାନାରେ ଅଗ୍ନିକାଣ୍ଡ ଘଟି ୪୩ ଜଣ ଲୋକଙ୍କର ମୃତ୍ୟୁ ଘଟିବା ପରେ ଦିଳ୍ଲୀ ପୁଲିସ୍‌ କାରଖାନା ମାଲିକ ଓ ପରିଚାଳକଙ୍କୁ ଗିରଫ କରିଛି । ପୋଲିସ୍ ରେହାନଙ୍କ ଭାଇଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି ।

ଏ ସଂପର୍କରେ ସୂଚନା ଦେଇ ଦିଲ୍ଲୀ ଅଗ୍ନିଶମ ବିଭାଗର ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି, ‘ଯେଉଁ କାରଖାନାରେ ଅଗ୍ନିକାଣ୍ଡ ଘଟି ଏତେ ଲୋକଙ୍କ ଜୀବନ ଯାଇଛି ସେହି କାରଖାନା ବିଲ୍ଡିଂର ଏନ୍‌ଓସି ସାର୍ଟିଫିକେଟ୍‌ ନଥିଲା ।