ଚାନ୍ଦବାଲିରେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ! ଘରୋଇ କମ୍ପାନୀ ମାଲିକଙ୍କ ସହ ଯୁବତୀଙ୍କ ଭିଡିଓ

125

କନକ ବ୍ୟୁରୋ : ପୁଣି ଭାଇରାଲ ଭିଡିଓ ଚର୍ଚ୍ଚା । ଆଉ ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ହୋଇଛି ଭାଇରାଲ । ଭିଡିଓରେ ଥିବା ଯୁବତୀ ଜଣକ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଂଚଳର ବୋଲି ଜଣାପଡିଛି । ଏହା ସହ ଭିଡିଓରେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୂହୁର୍ତ୍ତ ବିତାଉଥିବା ଯୁବକ ଜଣକ ଭୁବନେଶ୍ୱର ଅଂଚଳର ବୋଲି ସୂଚନା ମିଳିଛି । ଯୁବତୀ ଜଣକ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ଯୁବକ ଜଣକ କମ୍ପାନୀର ମାଲିକ ବୋଲି ଜଣାପଡିଛି । ତେବେ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଭାଇରାଲ ହେବା ପରେ ଯୁବତୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ପୂର୍ବରୁ ଭିଡିଓ ଭାଇରାଲ କରି ବର୍ଷକ ପାଇଁ ଜେଲ ଯାଇଥିଲା । ଏବେ ମୁକୁଳିବା ପରେ ପୁଣି ଏପରି କାଣ୍ଡ ଭିଆଇଛି । ଯୁବକ ଜଣକ ଭୁବନେଶ୍ୱର ରସୁଲଗଡ ଅଂଚଳର ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ରାଜ୍ୟରେ ସାଇବର୍ ଅପରାଧ କାୟା ମେଲାଇବାରେ ଲାଗିଛି । ଓଡ଼ିଶା ପୁଲିସ ନିଜକୁ ଯେତେ ଚାଲାକ୍ ଭାବିଲେ ବି ସାଇବର୍ ଅପରାଧୀ ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଅପରାଧ କରି ଚାଲିଛନ୍ତି । ସାଇବର୍ ସେଲ୍ ପ୍ରତିଷ୍ଠା ହେବା ଦିନରୁ ଅପରାଧ କମିବା ବଦଳରେ ବଢ଼ିଚାଲିଛି । ସବୁଠୁ ଉଦବେଗ ବିଷୟ ୨୦୧୭ରେ ୯୩ଜଣ ଯୁବତୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତ ଭିଡ଼ିଓ ଭାଇରାଲ୍ ହୋଇଛି । ୨୦୧୫ରେ ୪୨ଜଣଙ୍କ ଭିଡିଓ ଭାଇରାଲ୍ ହୋଇଥିବାବେଳେ, ୨୦୧୬ରେ ୪୦ଜଣଙ୍କର ଭାଇରାଲ୍ ହୋଇଛି । ତେବେ ତଥ୍ୟ ଯାହା ହେଉନା କାହିଁକି ଏହାର ଢେର୍ ଗୁଣା ଅଧିକ ଭିଡ଼ିଓ ଏବେ ବଜାରରେ ବୁଲୁଛି । ପୀଡ଼ିତା ଲଜ୍ଜାରେ ପୁଲିସ ପାଖରେ ଅଭିଯୋଗ କରିନଥିବାରୁ ପୁଲିସ ବି ମାମଲା ରୁଜୁ କରିପାରୁନି । ସାଇବର୍ ସେଲ୍ କେବଳ ଅଭିଯୋଗ ଆସିଥିବା ଅପରାଧକୁ ପଞ୍ଜୀକୃତ କରୁଛି ।