ଗାଇ ପାଇଁ ମୋଦି ସରକାରଙ୍କ ବଡ ଘୋଷଣା । ଗଠନ ହେବ ରାଷ୍ଟ୍ରୀୟ କାମଧେନୁ ଆୟୋଗ

ବଜେଟରେ ମହିଳାଙ୍କୁ ମଧ୍ୟ ମିଳିଛି ପ୍ରାଧାନ୍ୟ । ଏବେ ସୁଦ୍ଧା ୬ କୋଟି ଗ୍ୟାସ କନେକ୍ସନ ଦିଆଯାଇଥିବା ଜନେଇ ନିଜ ବଜେଟ ଅଭିଭାଷଣରେ କହିଛନ୍ତି ପୀୟୁଷ ଗୋୟଲ ।

153

ବର୍ଷ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ । ସବୁ ବର୍ଗଙ୍କୁ ଖୁସି କରିବାକୁ ଯଥେଷ୍ଟ ପଦକ୍ଷେପ ନେଇ ଘୋଷଣା କରାଯାଉଥିବା ବେଳେ ଗାଇ ଉପରେ ଯଥେଷ୍ଟ ଫୋକସ ଦିଆଯାଇଛି ।

ରାଷ୍ଟ୍ରୀୟ କାମଧେନୁ ଆୟୋଗ ଗଠନ କରିବା ନେଇ ଘୋଷଣା କରିଛନ୍ତି ପୀୟୁଷ ଗୋୟଲ । ଜାଣନ୍ତୁ ଏଥିରେ କଣ ସବୁ ବ୍ୟବସ୍ଥା ରହିଛି ।

– ଗାଈକୁ ନେଇ ବଜେଟରେ ବଡ ଘୋଷଣା
– ଗୋମାତାର ସୁରକ୍ଷା ପାଇଁ ଆସିବ ରାଷ୍ଟ୍ରୀୟ କାମଧେନୁ ଆୟୋଗ
– ସରକାର ଆରମ୍ଭ କରିବେ କାମଧେନୁ ଯୋଜନା
– କାମଧେନୁ ଯୋଜନା ପାଇଁ ୭୫୦କୋଟି ଟଙ୍କା ଖର୍ଚ୍ଚ ହେବ
– ପଶୁପାଳନ ନେଇ ଋଣ ଉପରେ ସୁଧରେ ୨ପ୍ରତିଶତ ରିହାତି

ସେହିଭଳି ବଜେଟରେ ମହିଳାଙ୍କୁ ମଧ୍ୟ ମିଳିଛି ପ୍ରାଧାନ୍ୟ । ଏବେ ସୁଦ୍ଧା ୬ କୋଟି ଗ୍ୟାସ କନେକ୍ସନ ଦିଆଯାଇଥିବା ଜନେଇ ନିଜ ବଜେଟ ଅଭିଭାଷଣରେ କହିଛନ୍ତି ପୀୟୁଷ ଗୋୟଲ ।

ମହିଳାଙ୍କ ପାଇଁ ବ୍ୟବସ୍ଥା
– ଉଜ୍ଜ୍ୱଳା ଯୋଜନାରେ ୮କୋଟି ଗ୍ୟାସ ସଂଯୋଗ ପାଇଁ ଯୋଜନା ରହିଛି
– ବର୍ତମାନ ସୁଦ୍ଧା ୬କୋଟି ଗ୍ୟାସ କନେକସନ ଦିଆଯାଇଛି
– ଗର୍ଭବତୀ ମାନଙ୍କ ପାଇଁ ପିଏମ ମାତୃ ବନ୍ଦନା ଯୋଜନା ଚାଲିଛି
– ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ୭୦ପ୍ରତିଶତ ମହିଳା ଋଣ ନେଇ ବ୍ୟବସାୟ କରୁଛନ୍ତି