କୁମ୍ଭମେଳାରେ ଷ୍ଟାଣ୍ଡିଂ ବାବା !  ଦୀର୍ଘ ୯ ବର୍ଷ ଗୋଟିଏ ଗୋଡରେ ଛିଡା ହୋଇ ରହିଛନ୍ତି, ଶୋଇବା ସମୟରେ ବି ଠିଆ ହୋଇ ରୁହନ୍ତି 

173

କନକ ବ୍ୟୁରୋ : କୁମ୍ଭମେଳାରେ ଜମିଛି ସାଧୁସନ୍ଥଙ୍କ ଭିଡ । ୧୫ ଜାନୁଆରୀ ୨୦୧୯ ରେ ସାରାଦେଶରେ ମକର ସଂକ୍ରାନ୍ତିର ଉତ୍ସବ ଚାଲିଥିବା ବେଳେ ପ୍ରୟାଗରାଜରେ ଆସ୍ଥାର ମହାପର୍ବ “କୁମ୍ଭମେଳା-୨୦୧୯” ମଧ୍ୟ ଆରମ୍ଭ ହୋଇଯାଇଛି । ସଂଗମ ନଗରୀରେ ବାବାମାନଙ୍କ ଭିନ୍ନ ଭିନ୍ନ ରୁପ ଲୋକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କେଉଁ ବାବାଙ୍କ ହଠ ଯୋଗ ତଥା ସଂକଳ୍ପ ଲୋକଙ୍କୁ ଆଚମ୍ବିତ କରିଛି ତ ଆଉ କୌଣସି ବାବା ହଜାରେ ଋଦ୍ରାକ୍ଷମାଳା ଧାରଣ କରି ଲୋକଙ୍କ ଧ୍ୟାନ ନିଜ ଉପରକୁ କେନ୍ଦ୍ରିତ କରୁଛନ୍ତି ।

ପ୍ରୟାଗରାଜର ଏହି ମେଳାରେ ଦେଖିବାକୁ ମିଳିଛି ଭିନ୍ନ ଭିନ୍ନ ଶୈଳିରେ ଜୀବନ ବିତାଉଥିବା ଏହି ସାଧୁମାନଙ୍କୁ । ଆଉ ଏହା ଭିତରେ ଆକର୍ଷଣ ପାଲଟିଛନ୍ତି ହାତଟେକା ବାବା, ପାଇଲଟ୍ ବବା ଓ ଠିଆ ବାବାଙ୍କ ଭଳି ଅନେକ ସାଧୁ । ପୂର୍ବରୁ ଆମେ ଆପଣଙ୍କୁ ହାତଟେକା ବାବା ଓ ପାଇଲଟ୍ ବାବାଙ୍କ ବିଷୟରେ ଜାଣିବାକୁ ମିଳିଥିଲା ।  ଏବେ କୁମ୍ଭମେଳାରେ ଦେଖିବାକୁ ମିଳିଛି  ଷ୍ଟାଣ୍ଡିଂ ବାବାଙ୍କୁ ।  ବିଶ୍ୱାସ ନହେଲେ ମଧ୍ୟ ଦୀର୍ଘ ୯ବର୍ଷ ହେଲା ବାବା ଗୋଡିଏ ଗୋଡରେ ଛିଡା ହୋଇ ରହିଛନ୍ତି ।

 ଏପରିକି ବାବା ନିଜର ସମସ୍ତ ନିତ୍ୟକର୍ମ କଲାବେଳେ ମଧ୍ୟ ଏହି ଭଳି ଛିଡା ହୋଇ ରୁହନ୍ତି । ଆହୁରି ଆଶ୍ଚର୍ଯ୍ୟ ଲାଗିବ ବାବା ଏମିତି ଛିଡା ହୋଇ ଶୋଇ ଯାଆନ୍ତି । ତେବେ କେବଳ ଚାଲିବା ସମୟରେ ଅନ୍ୟ ଗୋଡଟିକୁ ବ୍ୟବହାର କରୁଥିବା ଆମ ପ୍ରତିନିଧିଙ୍କୁ କହିଛନ୍ତି । ଦେଖନ୍ତୁ ପ୍ରୟାଗରାଜର କୁମ୍ଭମେଳାରେ ଥିବା ଆମ ପ୍ରତିନିଧି ସୌମ୍ୟଜିତ ସିହ୍ନାଙ୍କ ସହ ଠିଆ ବାବାଙ୍କ ଏକ୍ସକ୍ଲୁସିଭ୍ ସାକ୍ଷାତକାର ।