ଓଲଟିଲା ବରଯାତ୍ରୀ ବସ୍ ! ୪୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ

305

କନକ ବ୍ୟୁରୋ : ଓଲଟିଲା ବରଯାତ୍ରୀ ବସ୍ । ଆଜି ସକାଳେ ପ୍ରତ୍ୟୁଷରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ଅଧୀନ କଳିଙ୍ଗାଘାଟିରେ ଅମ୍ରିତ୍ ନାମକ ଗୋଟାଏ ବରଯାତ୍ରୀ ବସ ଓଲଟି ପଡ଼ିବା ଫଳରେ ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି । ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ ଘଟନାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ୍ ଯୋଗେ ଚିକିତ୍ସା ନିମନ୍ତେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ବ୍ରହ୍ମପୁର ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି ।

ଦିନ ବାହାଘର ପାଇଁ ବର ଓ ବରଯାତ୍ରୀଙ୍କୁ ଧରି OD14H 5238 ୫୨୩୮ ନମ୍ବରଧାରୀ ବସଟି ଭଞ୍ଜନଗର-ଫୁଲବାଣୀ ରାସ୍ତାରେ ରାଉରକେଲାରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିଲା । ଘାଟିରେ ଥିବା ବୁଲାଣିରେ ଅନଭ୍ୟସ୍ତ ଡ୍ରାଇଭର ଠିକ୍ ଭାବରେ ବସ୍କୁ କାଟି ନ ପାରିବାରୁ ତାହା ରାସ୍ତା ଉପରେ ହିଁ ଓଲଟି ପଡ଼ିଥିଲା ।  ଦୁର୍ଘଟନାରେ ବର ମଧ୍ୟ ଆହତ ହୋଇଛନ୍ତି ।