ଆସିଲା ହୀରାକୁଦ ଡ୍ୟାମ୍ ଅଣ୍ଡର ୱାଟର ସର୍ଭେର ପ୍ରାଥମିକ ରିପୋର୍ଟ

260

ହିରାକୁଦ : ଆସିଲା ହୀରାକୁଦ ନଦୀବନ୍ଧର ରୋବୋଟିକ ସର୍ଭେର ପ୍ରାଥମିକ ରିପୋର୍ଟ । ପାୱାର ଡ଼୍ୟାମ ପାଶ୍ୱରେ ଥିବା ୭ଟି ଗେଟର ରିପୋର୍ଟ ଆସିଛି । ହିରାକୁଦ ଡ଼୍ୟାମ ମୁଖ୍ୟ ଯନ୍ତ୍ରୀଙ୍କୁ ଏହି ରିପୋର୍ଟ ପ୍ରଦାନ କରିଛି ସି.ଏସ୍.ଏମ୍.ଆର.ଏସ୍ । ତେବେ ଏହି ସବୁ ଗେଟର ଅବସ୍ଥା ଭଲ ଥିବା ରିପୋର୍ଟରେ ଦର୍ଶାଯାଇଛି । ଏନେଇ ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ବିଶ୍ୱଜିତ୍ ମହାନ୍ତି ସୂଚନା ଦେଇଛନ୍ତି । ଅନେକ ସମୟରେ ହୀରାକୁଦ ଡ୍ୟାମରେ ଫାଟ ନଜରକୁ ଆସିବା ପରେ ଅଣ୍ଡର ୱାଟର ସର୍ଭେ କରାଯାଇଥିଲା । ଡ୍ୟାମ ଭିତର ଅବସ୍ଥା ଜାଣିବା ପାଇଁ ଆରଓଭି ଜରିଆରେ ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ତେବେ ପ୍ରଥମିକ ରିପୋର୍ଟରେ ଡ୍ୟାମର ଅବସ୍ଥା ଭଲ ଥିବା ଉଲ୍ଲେଖ କରାଯାଇଛି ।