ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ୟୁନରେ ସମ୍ମାନ : ବାବା ରାମଦେବ କହିଲେ, ପତଞ୍ଜଳି ପାଇଁ ଆମେ ଗର୍ବିତ

99

କନକ ବ୍ୟୁରୋ : ପତଞ୍ଜଳି ଯୋଗପୀଠ ସହ ଜଡ଼ିତ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ୟୁନରେ ସମ୍ମାନ । ସ୍ୱାସ୍ଥ୍ୟ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଯୋଗଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ୟୁଏନଓର ସଂସ୍ଥା ୟୁନାଇଟେଡ଼୍ ନେସନ୍ ସସଟେନବଲ୍ ଡେଭଲପମେଣ୍ଟ (ୟୁଏନଏସଡ଼ିଜି) ସମ୍ମାନିତ କରିଛି । ଭାରତରୁ ପତଞ୍ଜଳୀ ଯୋଗପୀଠ ସହ ଜଡ଼ିତ ଆଚାର୍ଯ୍ୟ ବାଲକୃଷ୍ଣ ମହାରାଜଙ୍କୁ ମିଳିଛି ଏହି ସମ୍ମାନ ।

ବାଳକୃଷ୍ଣଙ୍କୁ ଏହି ଗୌରବ ମଳିବା ପରେ ଯୋଗାକୁରୁ ରାମଦେବ ବାବା ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ଭାରରତ ପ୍ରତିନିଧିତ୍ୱ କରିବା ପାଇଁ ନିମନ୍ତ୍ରିତ କରାଯାଇଥିଲା । ବିଶ୍ବ ସ୍ୱାସ୍ଥ୍ୟରେ ଯୋଗ, ଆୟୁର୍ବେଦ ଓ ପାରମ୍ପରିକ ଭାରତୀୟ ପଦ୍ଧତିରେ ରୋଗର ନିକାରଣ କିପରି କରାଯାଇ ପାରିବ ସେ ଦିଗରେ ପତଞ୍ଜଳିର ଯୋଗଦାନ ରହିଛି । ଆଉ ସେଥିପାଇଁ ବାଲକୃଷ୍ଣଙ୍କୁ ସମ୍ମାନିତ କରାଯାଇଛି ।

ସୂଚନାଯୋଗ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ୫୦ ଦେଶରୁ ୫୦୦ ଜଣ ପ୍ରତିଭାଶାଳୀ ବ୍ୟକ୍ତି ସ୍ୱିଜରଲାଣ୍ଡ ପହଞ୍ଚିଥିଲେ ।