ଆଙ୍ଗନବାଡି ଦିଦିଙ୍କୁ ନେଇ ଥମୁନି ରାଜନୀତି !

70

କନକ ବ୍ୟୁରୋ : ଅଙ୍ଗନବାଡି ଦିଦିଙ୍କୁ ନେଇ ରାଜନୀତି ଥମିବାର ନା ଧରୁନି । ଦରମା ବୃଦ୍ଧି ପରେ ଅଙ୍ଗନୱାଡି କର୍ମୀଙ୍କ ଗୋଟିଏ ଗୋଷ୍ଠୀ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି । ସେପଟେ କିନ୍ତୁ ଆଉ ଏକ ଗୋଷ୍ଠୀ ରାଜରାସ୍ତାରେ ଧାରଣାରେ ବସିଛନ୍ତି । ଅଭିଯୋଗ କରିଛନ୍ତି, ନିର୍ଦ୍ଦିଷ୍ଟ ଏକଗୋଷ୍ଠୀକୁ ନେଇ ସରକାର ଆଲୋଚନା କରିଛନ୍ତି ।

ତେଣୁ ଦାବି ପୂରଣ ଯାଏଁ ସେମାନଙ୍କ ଆନ୍ଦୋଳନ ଜାରି ରହିବ । ରାଜରାସ୍ତାରେ ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ ଭିତରେ ପଶିଛି ରାଜନୀତି । ଅଙ୍ଗନୱାଡି କର୍ମୀଙ୍କ ସଂଘ ଦୁଇଫାଳ ହୋଇ, ବିଜୁ ଶ୍ରମିକ ସାମ୍ମୁଖ୍ୟ ଓ ଭାରତୀୟ ମଜଦୁର ସଂଘ ରେ ପରିଣତ ହୋଇଛି । ୧ ଲକ୍ଷ ୪୫ ହଜାର ଅଙ୍ଗନୱାଡି ଦିଦିଙ୍କ ଭୋଟ୍ ବ୍ୟାଙ୍କ ପାଇଁ ଚାଲିଛି ରାଜନୀତି ।

ଅଙ୍ଗନୱାଡି ଦିଦିଙ୍କ ଆନ୍ଦୋଳନ ଭିତରେ ପଶିଛି ରାଜନୀତି । ବିଜେଡି ଏକ ପ୍ରେସମିଟ୍ କରି ବିଜେପି କୋର୍ଟକୁ ବଲ୍ ଛାଡିଛି । କହିଛି, ରାଜ୍ୟ ସରକାର ୨ ହଜାର ବଢାଇଲେ ଏବେ କେନ୍ଦ୍ରର ପାଳି । ଏଥିସହ ଦଳ ପ୍ରଶ୍ନ କରିଛି ବିଜେପି ଶାସିତ ରାଜ୍ୟରେ ଅଙ୍ଗନୱାଡି କର୍ମୀଙ୍କୁ କେତେ ପ୍ରାପ୍ୟ ଦେଉଛି ବିଜେପି ।

ଅଙ୍ଗନୱାଡି ଦିଦିଙ୍କ ଆନ୍ଦୋଳନ ଭିତରେ ରାଜନୀତି ପଶି ସଂଘ ଏବେ ଦୁଇଫାଳ । ଲକ୍ଷେ ୪୫ ହଜାର ଅଙ୍ଗନୱାଡି ଭୋଟ୍ ପାଇଁ ବିଜେଡି ଓ ବିଜେପି ଭିତରେ ଚାଲିଛି ବଳ କଷାକଷି । ଏହାରି ଭିତରେ ପଛରେ ପଡିଯାଇଛି ଦିଦିଙ୍କ ଅସଲ ଦାବି ।