ଅଶାନ୍ତ ଏନ୍ଆଇଟି : ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ସମର୍ଥନ କଲା ଶିକ୍ଷକ ସଂଘ

27

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍: ରାଉରକେଲା ଏନ୍ଆଇଟିରେ ଯୌନ ଶୋଷଣ ଅଭିଯୋଗ ମାମଲା ସାମ୍ନାକୁ ଆସିବାପରେ ଅଶାନ୍ତ ହୋଇ ଉଠିଛି ଏନ୍ଆଇଟି ପରିସର । ପ୍ରତିଷ୍ଠାନର ନିର୍ଦେଶକ ସୁନୀଲଷଡଙ୍ଗୀଙ୍କ ବହିଷ୍କାର ଦାବି କରିଛନ୍ତି ଛାତ୍ରଛାତ୍ରୀ । ସେପଟେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ସମର୍ଥନ ଜଣାଇଛି ଶିକ୍ଷକ ସଂଘ। ସୁରକ୍ଷା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ରଛାତ୍ରୀମାନେ ଦୀର୍ଘଦିନ ହେବ ଆନ୍ଦୋଳନ ଚଳାଇଆସୁଛନ୍ତି । ଘଟଣା ଦୀର୍ଘ ୫ ବର୍ଷ ହେଲା ଚାଲିଥିଲେ ମଧ୍ୟ ଏନଆଇଟି ନିର୍ଦେଶକ ସବୁ ଜାଣି ପଦକ୍ଷେପ ନେଇନଥିବା ପୀଡିତା ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ ନିର୍ଦେଶକଙ୍କ ବିରୋଧରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟର ହସ୍ତକ୍ଷେପ ଲୋଡିଛନ୍ତି ଛାତ୍ରଛାତ୍ରୀ । ଏହି ଘଟଣାରେ ୭ ଜଣ ମହିଳା ସୁରକ୍ଷାକର୍ମୀଙ୍କୁ ସାକ୍ଷୀ ଭାବେ ଗ୍ରହଣ କରିଛି ପୋଲିସ । ସେହିପରି ପୂର୍ବରୁ ଅଭିଯୋଗ ଆଣିଥିବା ୨ ଜଣ ମହିଳାଙ୍କ ବୟାନ ରେକର୍ଡ କରିବା ସହ ଅଭିଯୁକ୍ତ ବଳରାମ ଚଂପତିରାୟକୁ ଗିରଫ କରିବାକୁ ଉଦ୍ୟମ ଚଳାଇଛି ।