ଋଷି ହତ୍ୟା ମାମଲାରେ ମୁହଁ ଖୋଲିଲେ ଅନନ୍ତ: କହିଲେ, ଋଷି ସହ ମୋର ପାରିବାରିକ ସଂପର୍କ ରହିଛି

62

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ : ବିବାଦୀୟ ସେକ୍ସ ସିଡିକୁ ନେଇ ଜୋର୍ ଧରିଲା ରାଜନୀତି । ସେକ୍ସ ସିଡିରେ ବିଏମସି ମେୟର ଅନନ୍ତ ନାରାୟଣ ଜେନା ଥିବା ନେଇ ଅଭିଯୋଗ ସହ ୬ ମାସ ତଳେ ଘଟିଥିବା ଋଷି ହତ୍ୟାକାଣ୍ଡ ମାମଲାରେ ମେୟର ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହୋଇଛି ।

ଖାଲି ସେତିକି ନୁହେଁ ଋଷିର ମୃତ୍ୟୁ ପରେ ଡ୍ରଗ୍ସ ବେପାରୀ ସେକ୍ ମମତାଜକୁ ପୋଲିସ ଛାଡି ଦେବା ପଛରେ ବି ମେୟରଙ୍କ ହାତ ଥିବା ବିଜେପି ଅଭିଯୋଗ କରିଛି । ତେବେ ଏ ନେଇ ମୁହଁ ଖୋଲିଛନ୍ତି ମେୟର ଅନନ୍ତ ନାରାୟଣ ଜେନା । ସେ କହିଛନ୍ତି, ଋଷିକୁ ସେ ପିଲା ବେଳୁ ଜାଣିଛନ୍ତି, ତାଙ୍କ ପରିବାର ସହ ମୋର ସଂପର୍କ ରହିଛି । ବିରୋଧୀଙ୍କ ସବୁ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ମେୟର ।

ଏହା ସହ ଦେଖନ୍ତୁ ଏହି ଭିଡିଓ :