ଭୂତାଣୁ ଭୟକୁ ବଳିଯାଇଛି ଭୋକ । ସମ୍ବଲପୁରରୁ ଆସିଛି ଦାରିଦ୍ର୍ୟତାର ଦୟନୀୟ ଚିତ୍ର । ଅଳିଆ ଗଦାରୁ ଖାଦ୍ୟ ଗୋଟାଇ ଖାଉଛନ୍ତି ମହିଳା । ଭୂତାଣୁ ଭୟ କମ୍ ଭୋକର ଯନ୍ତ୍ରଣା ବେଶୀ ।

689

କନକ ବ୍ୟୁରୋ : ଭୂତାଣୁୁକୁ ବିଳି ଯାଇଛି ଭୋକ । ରୋଗ କଣ କରିବ ତା ଜଣାନାହିଁ, ହେଲେ ମଣିଷ ପେଟକୁ ଦାନା ଗଣ୍ଡାଏ ଖାଇବ । ଯେତେବେଳ ଭୋକରେ ପେଟ ପୋଡୁଥିବା ପାଖରେ ଖାଇବାକୁ କିଛି ନଥିବ, ସେତେବେଳେ ଜଣେ କେମିତି କରୋନା ଭୂତାଣୁ ସହ ଲଢେଇ କରିବ । ଏମିତିକି ଅଳିଆ ଗଦାରୁ ଖାଦ୍ୟ ଗୋଟାଏ ଖାଇବ । ସମ୍ବଲପୁରରୁ ଆସିଛି ଦାରିଦ୍ର୍ୟତାର ଦୟନୀୟ ଚିତ୍ର । ଯାହାକୁ ଦେଖିଲେ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ଠାରୁ ଆରମ୍ଭ କରି ତତାମ୍ ଯୋଜନାକୁ ନେଇ ଅନେକ ପ୍ରଶ୍ନ ଉଠିବ ।

ଡଷ୍ଟବିନରେ ପଡିଥିବା କଟା ତରଭୁଜ ଓ ପଚା ଆମ୍ବକୁ ଗୋଟାଏ ଖାଉଛନ୍ତି ଜଣେ ମହିଳା । ଏପରି ଦୃଶ୍ୟକୁ ଦେଖିଲେ ଆପଣମାନେ କହିପାରିବେ ଏହି ମହିଳା ଭୂତାଣୁ ସହ ଲଢେଇ କରୁଛନ୍ତି, ନା ଭୋକ ସହ । ଏ ଦୃଶ୍ୟକୁ ଦେଖିଲେ ଲାଗୁଛି ମହିଳାଙ୍କୁ ରୋଗ ଭୟ କମ୍ ଭୋକ ଭୟ ବହୁତ । ସାରା ଦେଶରେ କରୋନା ସହ ଯୁଦ୍ଧ ଚାଲିଛି । ହେଲେ ସମ୍ବଲପୁରର ଏହି ମହିଳା କରୋନା ସହ ନୁହେଁ ଭୋକ ସହ ଲଢେଇ କରୁଛନ୍ତି । ଏମିତି ଅଳିଆ ଗଦାରୁ ଗୋଟାଇ ଖାଉଥିବା ମଣିଷ ଟିଏ କେମିତି ସ୍ୱଚ୍ଛତା ରକ୍ଷା କରିବ ।

କେମିତି ଭୂତାଣୁ ସହ ଯୁଦ୍ଧ କରିବ । ଯିଏ ଡଷ୍ଟବିନ୍ରୁ ଗୋଟାଇ ଖାଇଲେ ତା ପେଟ ପୁରୁଥିବ ସେ କଣ ଦିନକୁ ୨୦ ଥର ସାବୁନରେ ହାତ ଧୋଇଥିବ । ତା ପାଖରେ ସାନିଟାଇଜର ଥିବ । ଏ ସବୁ ଦୃଶ୍ୟକୁ ଦେଖିଲେ ଲାଗୁଛି, ସରକାରଙ୍କ ସବୁ ସଚେତନତା ଏହି ଡଷ୍ଟବିନ୍ ଭିତରେ ଲୁଚି ଯାଇଛି ।